/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681920586.jpg)
School Problem
ସ୍କୁଲ ଅଛି ଶୌଚାଳୟ ନାହିଁ । ଅଧା ଅପନ୍ତରିଆ ହୋଇ ପଡି ରହିଛି ସ୍କୁଲ କୋଠା । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଅବ୍ୟବସ୍ଥାର ଦୃଶ୍ୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୦ ଜଣ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢ଼ନ୍ତି l ମାତ୍ର ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି ମାତ୍ର ଗୋଟିଏ କୋଠରୀ l କେବଳ ଏତିକି ନୁହେଁ ଶୌଚ ହେବାପାଇଁ ଶୌଚାଳୟ ଟିଏ ନାହିଁ କି ରୋଷେଇ ଘର ମଧ୍ୟ ନାହିଁ । ଫଳରେ କେଉଁ ଅବସ୍ଥାରେ ସେଠାରେ ପାଠପଢା ଚାଲିଛି ତାହା ଭଗବାନଙ୍କୁ ଜଣା ।
ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଖାଇଯାଇଛି ଭୂତ । ରାଉତମୁଣ୍ଡା ଗାଁର ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗରୁ ୯ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା l ନିୟମ ଅନୁସାରେ ତୁରେକେଲା ବ୍ଲକର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବେହେରାଙ୍କ ନାଁରେ ୱାର୍କ ଅର୍ଡର ହୋଇ ସବୁ ଟଙ୍କା ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେଲା l ଯନ୍ତ୍ରୀ ଜଣକ ଗାଁ ଲୋକଙ୍କୁ ନିର୍ମାଣ କାମ କରିବା ପାଇଁ କହିବା ପରେ, ଦୁଇଜଣ ବ୍ୟକ୍ତି ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କାମ ଆରମ୍ଭ କଲେ l ହେଲେ ଯନ୍ତ୍ରୀ ଜଣକ ମାତ୍ର ୪ ଲକ୍ଷ କୋଡିଏ ହଜାର ଟଙ୍କା ଦେଲେ ।
ଅଧିକ ପଢ଼ନ୍ତୁ: ବଦଳୁଛି ବିକାଶର ଭାଷା, ଅଧାପନ୍ତରିଆ ମୌଳିକ ବ୍ୟବସ୍ଥା
ବଳକା ଟଙ୍କା ଉଠାଇ ଯନ୍ତ୍ରୀ ନିଜେ ଆତ୍ମସାତ୍ କରିଦେଲେ ବୋଲି ଅଭିଯୋଗ ହୋଇଛି l ଯାହା ଫଳରେ ଅଧାରେ ପଡିରହିଲା ସ୍କୁଲରେ ନିର୍ମାଣଧୀନ କାମ l କାମ କରାଇଥିବା ଦୁଇଜଣ ବ୍ୟକ୍ତିଙ୍କ ଲକ୍ଷଲକ୍ଷ ଟଙ୍କା ମଧ୍ୟ ପାଣିରେ ବି ପଡିଲା l ସ୍କୁଲ ନିକଟରେ ପୋଖରୀ ରହିଛି l ସ୍କୁଲର ପାଚେରୀ ନଥିବାରୁ, ଛାତ୍ରଛାତ୍ରୀ ପୋଖରୀ ନିକଟକୁ ଚାଲିଯାଉଛନ୍ତି l ଯାହା ଫଳରେ କୌଣସି ଅଘଟଣ ଘଟିବାର ଭୟ ରହିଛି l ଏଣୁ ଶୀଘ୍ର ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଟଙ୍କା ରିକଭରୀ କରି ଅର୍ଦ୍ଧ ନିର୍ମିତ କାମ ସମ୍ପୂର୍ଣ କରିବାକୁ ଦାବି ହେଉଛି l ସେପଟେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ତୁରେକେଲା ବି. ଡି. ଓ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)