/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680862000.jpg)
Human Skeleton
ବଲାଙ୍ଗୀର ତୁରେକେଲା ଥାନା ମହନିଲହ ଜଙ୍ଗଲରୁ ପୁଣି ନରକଙ୍କାଳ ଉଦ୍ଧାର । କଙ୍କାଳଟି ଜଣେ ପୁରୁଷଙ୍କର ବୋଲି ସନ୍ଦେହ କରାଯାଉଛି । ମୃତ୍ୟ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦-୪୫ ହେବ ବୋଲି ଅନୁମାନ କରାଯାଉଛି । ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ କଙ୍କାଳ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ l
ସେପଟେ ଜଙ୍ଗଲ ଭିତରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଭୟଭୀତ ହେଉଛନ୍ତି ଅଞ୍ଚଳବାସୀ l ବେଲବାଞ୍ଜର ଲୋଚନ ଗଡ଼ତିଆ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ କଙ୍କାଳ ଦେଖି, ପୋଲିସକୁ ଖବର ଦେଇଥିଲେ । ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଜଙ୍ଗଲରୁ ଜଣେ ଶ୍ରମିକଙ୍କ ମୃତଦେହ ମିଳିଥିଲା । ୨୦୨୨ରେ ତନୁ କୁରେ ନାମକ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।
ଗତ ଏପ୍ରିଲ୍ ୧ ତାରିଖରେ ସେହି ତୁରେକେଲା ଥାନା ରେଲୱେ ଷ୍ଟେସନ ପାଖ ବେଲବାଞ୍ଜି ଜଙ୍ଗଲରୁ ନରକଙ୍କାଳ ଠାବ ହୋଇଥିଲା। ହତ୍ୟାକାଣ୍ଡ ସନ୍ଦେହରେ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ l ମହନିଲହ ଗାଁକୁ ଲାଗି ରହିଛି ବେଳବାଞ୍ଜି ଜଙ୍ଗଲ । ଏହି ଗାଁର ଜଣେ ଛେଳି ଚରାଳି ସେଠି ଏକ ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ୍ ଆସି ଛାନବିନ୍ ଚଳାଇଥିଲା । ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ମଧ୍ୟ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)