/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680585345.jpg)
Fake certificate case
ଡାକ, ସମବାୟ ପରେ ଏବେ ଶିକ୍ଷା ବିଭାଗରେ ବି ନକଲି ସାର୍ଟିଫିକେଟ୍ । ଏଭଳି କିଛି ଅଭିଯୋଗ ପୁଣି ଥରେ ବଲାଙ୍ଗିର ଜିଲ୍ଲା ରୁ ଆସିଛି । ବଲାଙ୍ଗିର ସଇଁତଳା ଥାନା ପାଇକ ସମରା ଗାଁର ସ୍ୱାମୀ-ସ୍ତ୍ରୀ ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏନେଇ ଖୁଲାସା ହୋଇଛି ।
ସଂପୃକ୍ତ ଶିକ୍ଷକ ୨୦୧୧ରେ ତାମିଲନାଡୁର କାମରାଜ ୟୁନିଭର୍ସିଟିରୁ BA ପାସ କରିଥିଲେ, ୨୦୧୨ରେ ମିରଠର ଚୌଧୁରୀ ଚରଣ ସିଂ ବିଦ୍ୟାଳୟରୁ ବିଇଡି ପାସ୍ କରିଛନ୍ତି । ଦୁଇ ବର୍ଷ ବ୍ୟବଧାନରେ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ ଦୁଇଟି ଡିଗ୍ରୀ ଶିକ୍ଷକ ଜଣକ କେମିତି ହାତେଇଲେ ତାକୁ ନେଇ ଏବେ ସନ୍ଦେହ ବଢ଼ିଛି ।
ଖାଲି ସେତିକି ନୁହେଁ ତାମିଲନାଡ଼ୁର ଆନାମଳାଇ ବିଶ୍ୱବିଦ୍ୟାଳୟରୁ ତାଙ୍କ ସ୍ତ୍ରୀ ବି ସମାନ ଢଙ୍ଗରେ ବିଇଡି ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିବା ଅଭିଯୋଗ ହୋଇଛି । ଏନେଇ ସୂଚନା ଅଧିକାର କର୍ମୀ ମାନେ ବଲାଙ୍ଗିର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?
ସୂଚନାଯୋଗ୍ୟ ପୂର୍ବରୁ ସମବାୟ ବିଭାଗରେ ମଧ୍ୟ ଫେକ୍ ସାର୍ଟିଫିକେଟ ସମ୍ପର୍କୀତ ଖବର ଆସିଥିଲା । ବଲାଙ୍ଗିର ଗୁଡ଼ଭେଲା ବ୍ଲକ ଘୁନା ପେକ୍ସ ସମ୍ପାଦକ ରଶ୍ମି ରଞ୍ଜନ ବେହେରାଙ୍କ ନାଁରେ ଆସିଥିଲା ଏଭଳି ସାଂଘାତିକ ଅଭିଯୋଗ । ଜାଲି MBA ସାର୍ଟିଫିକେଟ ଦେଇ ସମ୍ପାଦକ ରଶ୍ମୀରଞ୍ଜନ ଚାକିରୀ ହାତେଇଥିବା ଆଭିଯୋଗ ହୋଇଛି।
ଖାଲି ସେତିକି ନୁହେଁ ରଶ୍ମୀଙ୍କ ଭୋକେଶନାଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର PGDCA ଏବଂ DCM ସାର୍ଟିଫିକେଟକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ଆରଟିଆଇରୁ ତଥ୍ୟ ମାଗିବା ପରେ ବଲାଙ୍ଗୀର ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ ।..
ତେବେ ଏସବୁ ସାର୍ଟିଫିକେଟ ମାଷ୍ଟରମାଇଣ୍ଡ୍ ମନୋଜ ମିଶ୍ରଙ୍କ ନକଲି ସାର୍ଟିଫିକେଟ୍ କାରଖାନାରୁ ଆସିଛି କି ଆଉ କେଉଁଠୁ ତାର ତଦନ୍ତ କରିବାର ଆବଶ୍ୟକତା ରହିଛି । ସେପଟେ ଗିରଫ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ତଦନ୍ତକାରୀ ସଂସ୍ଥା। ତଦନ୍ତର ତୃତୀୟ ଦିନରେ ରୀତା ନାଗ ଓ ସୁବଳୟା ଭୁଏଙ୍କୁ ପଚରାଉଚରା ସହ ରାଜସାକ୍ଷୀ କରିଛି କ୍ରାଇମବ୍ରାଞ୍ଚ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)