• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଶୋଲେ ଫିଲ୍ମ ଷ୍ଟାଇଲରେ ଆତ୍ମହତ୍ୟା ଉଦ୍ୟମ | ଏଭଳି ଅଦ୍ଭୁତ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଠୁର୍ଲା ଗାଁରେ । ଶୋଲେ ଫିଲ୍ମରେ ନିଜ ପ୍ରେମିକା ପାଇଁ ହିରୋ ଧର୍ମେନ୍ଦ୍ର ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ଠିକ୍‌ ସମାନ ଷ୍ଟାଇଲରେ ନିଜ ପ୍ରେମିକା ପାଇଁ ଆତ୍ମହତ୍ୟା ଉଦ୍ୟମ କରି ଏବେ ଚର୍ଚ୍ଚାରେ କୁଠୁର୍ଲା ଗାଁର ଲଭରବୟ ପିଣ୍ଟୁ ହରପାଳ । ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବା ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହେଉଥିବା ବଡ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ । ଖାଲି ଚଢ଼ିଯାଇଥିଲେ ତାହା ନୁହେଁ ବରଂ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଥିଲେ ।

ପାଣି ଟାଙ୍କି ଉପରେ ଚଢିବା ପରେ ସେଠାରେ ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟାର ଧମକ ଦେଇଥିଲେ । ଏମିତି ଘଟଣାକୁ ସ୍ଥାନୀୟ ଲୋକେ ଦେଖିବା ପରେ ସାଙ୍ଗେ ସାଙ୍ଗେ ଦେଓଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମବାହିନୀ ପିଣ୍ଟୁଙ୍କୁ ଓହ୍ଲାଇ ଆସିବା ଲାଗି ଯେତେ ଅନୁରୋଧ କରିଥିଲେ ବି ସେ ମାନିନଥିଲେ । ଶେଷରେ ଅଗ୍ନିଶମବାହିନୀ ପାଣି ଟାଙ୍କି ଉପରକୁ ଚଢି ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ସେ ପକେଟରେ ରଖିଥିବା ବଟିକା ଖାଇ ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ପ୍ରେମିକକୁ ଉଦ୍ଧାର କରି ଦେଓଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡିଛି । ତେବେ ପ୍ରେମ ପାଇଁ ପିଣ୍ଟୁଙ୍କର ଶୋଲେ ଷ୍ଟାଇଲରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

(ବଲାଙ୍ଗିରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ)