Advertisment

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍: ମାଷ୍ଟରମାଇଣ୍ଡଙ୍କର ବିଜେଡି ଲିଙ୍କ୍ !

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Bolangir Fake Certificate Racket

Fake Certificate Racket

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଗଡ଼ବଡ଼ ଅଭିଯୋଗ । ଜାଲ୍ ସାର୍ଟିଫିକେଟ୍ କାରବାର, ବଣିକ୍ କୋଚିଂ ସେଣ୍ଟର ଦ୍ୱାରା ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଜିଏସ୍ଟି ଚଢ଼ାଉ, ଉଭୟ ଘଟଣାରେ ବିଜେଡି ଲିଙ୍କ୍ ଆସିବା ପରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ସେପଟେ ଜାଲ୍ ସାର୍ଟିଫିକେଟ୍ କାରବାରରେ ଗିରଫ ହୋଇଥିବା ମନୋଜ ମିଶ୍ରଙ୍କ ସହ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଫଟୋ ଆସିବା ପରେ, ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ବି ମନୋଜଙ୍କ ଫଟୋ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

Advertisment

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ? ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟ୍  ରାକେଟର ମାଷ୍ଟର ମାଇଣ୍ଡ ଥିଲେ ମନୋଜ ମିଶ୍ର । ବଣିକ୍ କୋଚିଂ ସେଣ୍ଟର ସିଏମଡି ସୁବ୍ରତ ଛାଟୋଇଙ୍କ ନାଁରେ ବି ଟ୍ୟାକ୍ସ ଫାଙ୍କିବା 
ଅଭିଯୋଗ । ଆଉ ଉଭୟଙ୍କର ରହିଛି ବିଜେଡି ଲିଙ୍କ୍ । ବଣିକ୍ କୋଚିଂ ସେଣ୍ଟର ଉପରେ ସେଣ୍ଟ୍ରାଲ୍ ଜିଏସ୍ଟି ଚଢାଉ କରିଥିଲା ।

ପ୍ରାଥମିକ ସୂଚନା ଅନୁଯାୟୀ, ବଣିକରେ ୨ କୋଟିରୁ ଅଧିକ ଟଙ୍କାର ଟିକସ୍ ଗଫଲତି ହୋଇଥିବା ଅଭିଯୋଗ ହୋଇଛି । ସିଏମ୍ଡି ସୁବତ୍ର ଛାଟୋଇଙ୍କର ବିଜେଡିର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ୍ ଓ ଅନ୍ୟ ନେତାମାନଙ୍କ ସହ ଅନେକ ଫଟୋ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଉଛି । ଖାଲି ସେତିକି ନୁହେଁ ବଣିକ୍, ଅନେକ ଜବ୍ ଫିକ୍ସିଂ କରୁଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କର ରହିଛି ବିଜେଡି ଲିଙ୍କ୍ । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସହ ମନୋଜଙ୍କ ଫଟୋ ଦେଖାଇ ପୂର୍ବରୁ ବିଜେପି ଓ କଂଗ୍ରେସ ନିଶାନା କରିଥିଲେ । ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ମିଶ୍ରଙ୍କ ସହ ମନୋଜ ମିଶ୍ରଙ୍କ ଫଟୋ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଖାଲି ସେତିକି ନୁହେଁ, ବଲାଙ୍ଗିରରେ ସରକାରୀ କ୍ୱାର୍ଟରକୁ ଜବରଦଖଲ କରି ମନୋଜ ରହୁଥିବା ନରସିଂହ ଅଭିଯୋଗ କରିଛନ୍ତି। 

ଏପଟେ ବଲାଙ୍ଗିର, କେନ୍ଦ୍ରାପଡ଼ା, କନ୍ଧମାଳ ପରେ ଏବେ କଳାହାଣ୍ଡିରୁ ଆସିଛି ଜାଲ୍ ସାର୍ଟିଫିକେଟର ଅଭିଯୋଗ । ନକଲି ସାର୍ଟିଫିକେଟ୍ ଦେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ପ୍ରତାପପୁର ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ ଜଣେ ମହିଳା ଚାକିରି ପାଇଥିଲେ । ତେବେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । 

ସେପଟେ ଜାଲ୍ ସାର୍ଟିଫିକେଟ ହଉ କି ଜବ୍ ଫିକ୍ସିଂ କରି ଅନେକ ଅଯୋଗ୍ୟ ଚାକିରି ପାଉଥିବାବେଳେ ବହୁ ମେଧାବୀ ଛାତ୍ରଛାତ୍ରୀ କିନ୍ତୁ ଚାକିରି ପାଇବାରୁ ବଚିଂତ ହେଉଛନ୍ତି । ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । 

ଜାଲ୍ ସାର୍ଟିଫିକେଟ୍ କାରବାର ଓ ଜବ୍ ଫିକ୍ସିଂ ଅଭିଯୋଗକୁ ନେଇ ଏବେ ବ୍ୟାକ୍‌ଫୁଟରେ ବିଜେଡି ସରକାର । ଯୁବବର୍ଗଙ୍କୁ ଏହା  ପ୍ରଭାବିତ କରୁଥିବାରୁ ଆଗକୁ ଏହା ସରକାରଙ୍କ ଅଡୁଆ ଆହୁରି ବଢ଼ାଇପାରେ ।

(ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର, ଭବାନୀପାଟଣାରୁ ରାଜକୁମାର ସିଂହଦେଓ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

BJD Fake Certificate Fake Certificate Racket
Advertisment
Advertisment