ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।
୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ମିଳିବ। ଏ ବର୍ଷ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।
କେମିତି ଚାଷୀ କରିବେ ପଞ୍ଜିକରଣ? ଫସଲ କ୍ଷତି ପଞ୍ଜିକରଣ ପାଇଁ କାଲି ରାତି ୧୨ ଡେଡଲାଇନ୍ । ଅନେକ ଏବେ ବି ଜାଣିନାହାନ୍ତି ପଞ୍ଜିକରଣ ପ୍ରକ୍ରିୟା । ଉଜୁଡ଼ା ଜମିରୁ ଧାନ ସାଉଁଟୁଛନ୍ତି ଚାଷୀ ।
ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ।
ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ।
ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ।
ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ ଚିନ୍ତାରେ ପଡ଼ିଛି ।
ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।
ରୁଆ ଧାନ ବିଲରେ ଲହଡି ଭାଙ୍ଗୁଛି ବନ୍ୟା ଜଳ..ବେକେ ପାଣିରେ ବୁଡି ରହିଛି ପରିବା ଫସଲ ।
ଚାଷ ଜମିରେ ପାଉଁଶ, ପୋତି ହୋଇଗଲା ବର୍ଷକର ଦାନା । ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଭୁଲ୍ ପାଇଁ ଚଟାଣ ପାଲଟିଲା ଧାନ କିଆରି ।
ସବୁ ସାରିଦେଲା ଅଦିନିଆ ବର୍ଷା । ହିଡ଼ ମୁଣ୍ଡରେ ବସି କାନ୍ଦୁଛି ଚଷା ପୁଅ । ଋଣ ଟଙ୍କା କେମିତି ସୁଝିବ? ରାତିରେ ନିଦ ହେଉନି । ସେପଟେ ବେପାରୀଙ୍କର ବି ଦେଖାନାହିଁ
କେଉଁଠି ନଈ ପାର ହେବାକୁ ପୋଲ ନାହିଁ ତ ଆଉ କେଉଁଠି ବନ୍ୟା ପାଣିରେ ଧାନଗଛ ସବୁ ପଚି ଗଲାଣି। ଖାଲି ସେତିକି ନୁହେଁ, ୟା ସହ ଦେଖିବା ନକଲି ସାଧୁଙ୍କ ଅସଲି କାରନାମା।
ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ ।
ଯଥାଶୀଘ୍ର କୃଷି ଋଣ ଛାଡ଼ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କଂଗ୍ରେସ ଏପରି ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆସନ୍ତା ୧୫ରେ ଆନ୍ଦୋଳନ ଚେତାବନୀ ।
ବାତ୍ୟା ‘ଜୱାଦ୍’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଗଞ୍ଜାମ ଜିଲ୍ଲା ପାତ୍ରପୁର ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା। କରିଥିବା ଅଭିଯୋଗ ହୋଇଛି। ଚାଷ ଜମିର କ୍ଷତି ସହି ନ ପାରି ଚାଷୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।
ବତ୍ୟା ଆସିବନି ସତ ! ହେଲେ ପ୍ରଭାବ କିନ୍ତୁ ପଡ଼ିଲା, ଚାଷୀକୂଳ ଚିନ୍ତାରେ
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମନୋଜ ସ୍ୱାଇଁ ।
ଦାନା ଛଡ଼ାଇଲା ଲଘୁଚାପ ବର୍ଷାI ଜମିରେ ବତୁରୁଛି ପାଚିଲା ଧାନ, ଗଛରେ ଥାଇ ଗଜା ହେଲାଣି ଧାନ।ସରକାରଙ୍କୁ ଚାଷୀଙ୍କ ନିବେଦନ, ଶୀଘ୍ର କ୍ଷତିପୂରଣ ଦେବାକୁ ସରକାରଙ୍କୁ ଚାଷୀଙ୍କ ନିବେଦନ। ଏଣେ ଉତ୍ତର ଓ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ