• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅପରାଧୀ ପୁଅକୁ ଜେଲ୍ ପଠାଇଲା ବାପା । ଘଟଣା ଘଟିଛି ବଲାଙ୍ଗିର ରେ । ସହରର ଲକ୍ଷ୍ମୀକାନ୍ତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଏତଲା ଆଧାରରେ କୁଖ୍ୟାତ ଅପରାଧୀ ପୁଅ ନୀଳକଣ୍ଡ ପଟ୍ଟନାୟକକୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ରାଜୀବନଗର ପଡାର ନୀଳକଣ୍ଠ ଓରଫ୍ ଆଲୋକ ନାଁରେ ହତ୍ୟା ଉଦ୍ୟମ, ଲୁଟତରାଜ ଭଳି ବହୁ ଅପରାଧିକ ମାମଲା ଥିଲା ତା’ ନାଁରେ ।

ତେବେ ଜେଲ ଯାଇ ଜାମିନରେ ଆସି ପରେ ପୁଣି ଆରମ୍ଭ କରିଥିଲା ଗୁଣ୍ଡାଗର୍ଦ୍ଦି । ଏପରିକି ନିଜ ଘରେ ଆସବାବପତ୍ର ଭାଙ୍ଗିବା ସହିତ ମାଡପିଟ ମଧ୍ୟ କରୁଥିଲା । ଶେଷରେ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଆଲୋକକୁ ଗିରଫ କରି ଜେଲ ପଠାଇଛି ।

ଆଲୋକ ପାଖରୁ ଗୋଟିଏ ଦେଶୀ ପିସ୍ତାଲ ଏବଂ ଭୁଜାଲିକୁ ପୋଲିସ ଜବତ କରିଛି । ତେବେ ଏନେଇ ପୋଲିସ କିମ୍ବା ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

  • Reported by:
  • Ghateswar Mishra