Advertisment

ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heat Wave In Odisha

Heat Wave Continues To Hit Normal Life In Odisha In Next 4 Days

ରାଜ୍ୟବାସୀଙ୍କୁ ଆଉ ୪ ଦିନ କଲବଲ କରିପାରେ ତାତି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଖରା ସାଙ୍ଗକୁ ଗୁଳୁଗୁଳି ଅଣାୟତ୍ତ କରିବ। ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତା’ ଠାରୁ ଅଧିକ ରହିବ।

Advertisment

ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବ ନାହିଁ। ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ।

ଅନ୍ୟପକ୍ଷେ, ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବୌଦ୍ଧନୂଆପଡ଼ାରେ ୪୩.୫, ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ସମ୍ବଲପୁର ୪୩.୨, ଟିଟିଲାଗଡ଼ ଓ ଅନୁଗୁଳ ୪୩.୧, ବଲାଙ୍ଗିର ୪୩, ସୁନ୍ଦରଗଡ଼ ୪୨.୮, ଭବାନୀପାଟଣା ୪୨. ୬, କଟକ ୪୧. ୬ ଏବଂ ଭୁବନେଶ୍ୱରର ତାପମାତ୍ରା ୩୯.୯ ଡିଗ୍ରୀ ସେଲସିୟସ ରହିଥିଲା।

Advertisment

Weather Update Heat Wave
Advertisment
Advertisment