Advertisment

କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

​​​​​​​ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Officers

ଶପଥ ନେଲେ ମୋହନ ସରକାର । ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ । ଚିନ୍ତାରେ ଗାଦି ମାଡି ବସିଥିବା ଆଇଏଏସ ବାବୁ । କିଏ ୭ ବର୍ଷ ତ କିଏ ୧୦ ବର୍ଷ ଧରି ଜାବୁଡ଼ି ବସିଛନ୍ତି ଗୋଟିଏ ଗୋଟିଏ ବିଭାଗ। ଏଇ ଯେମିତି ଆଇଏଏସ୍ ଜି ମାଥିଭାଥନନ୍ । ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।

Advertisment

ବଡ଼ କଥା ହେଲା, କୁହାଯାଉଛି କେବଳ ନିଜେ ମାଥିଭାଥନ ନୁହନ୍ତି ତାଙ୍କ ପୂରା ଟିମ୍ ବି ଗୋଟିଏ ଗୋଟିଏ ପଦବୀରେ ଦୀର୍ଘ ବର୍ଷ ହେଲା ରହିଛନ୍ତି। ସେହିପରି ରୁପାରୋଶନ ସାହୁ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସଚିବ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ନିକଟରେ ତାଙ୍କୁ ଅତିରିକ୍ତ ଭାବେ ଏସ୍ସି ଏସ୍ଟି ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ଆର୍ ଭିନିଲ୍ କ୍ରିଷ୍ଣା ବି ୨୦୧୮ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ରହିବା ସହ ଅତିରିକ୍ତ ଭାବେ ତାଙ୍କୁ କ୍ରୀଡ଼ା ବିଭାଗର ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ଏଠି ପ୍ରଶ୍ନ ଉଠୁଛି କାହିଁକି ବର୍ଷ ବର୍ଷ ଧରି ଗାଦି ମାଡି ବସିଛନ୍ତି କିଛି ହାତ ଗଣତି ଅଧିକାରୀ ? କାହିଁକି ତାଙ୍କୁ ବଦଳି କରୁ ନଥିଲେ ସରକାର ? ୩ ବର୍ଷ ପରେ ବଦଳି ନିୟମ ଥିଲେ ବି ୧୦ ବର୍ଷ ଧରି କେମିତି ରହି ଆସୁଥିଲେ ଅଧିକାରୀ ?

Advertisment

କୁହାଯାଉଛି, ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ଏହି ଅଧିକାରୀ ମାନେ ପାୱାର କରିଡରର କ୍ଲୋଜ ଥିଲେ। ବିଜେଡି ସରକାରର କ୍ଷମତା କେନ୍ଦ୍ର ପାଣ୍ଡିଆନଙ୍କ କ୍ଷମତା ବଳରେ ଏମାନେ ହୋଇଥିଲେ ବଳିୟାନ। ଏବେ ବିଜେପି ସରକାରକୁ ଆସିବା ପରେ ଟେନସନରେ ଏସବୁ ଅଧିକାରୀ। କଣ ହେବ ଏମାନଙ୍କ ଭାଗ୍ୟ ? ଲମ୍ବା ସମୟ ଧରି ମଜଭୁତ ଥିବା ଏମାନଙ୍କ ଚେର ଆଉ ମାଡ଼ିବ ନା ଉପୁଡିବ ତାକୁ ନେଇ ଚର୍ଚ୍ଚା।

ଏସବୁ ଭିତରେ ନୂଆ କରି ଶପଥ ନେଇଥିବା ମନ୍ତ୍ରୀ ରବି ନାଏକ କହିଛନ୍ତି, ଅଧିକାରୀମାନେ ଆଉ ଲଗାମ ଛଡା ହୋଇପାରିବେନି। ମନ୍ତ୍ରୀମାନଙ୍କ ହାତରେ ରହିବ ଲଗାମ। ସରକାର ଠିକ୍ ଭାବରେ ଚାଲିବ ଆଉ ଅଫିସରମାନେ ବି ଠକ୍ ଭାବେ କାମ କରିବେ ।

ନିର୍ବାଚନ ପ୍ରକ୍ରିୟା ଭିତରେ ଅଭିଯୋଗ କରି ଏକାଧିକ ଅଧିକାରୀଙ୍କୁ ବଦଳି ଏବଂ କିଛି ଅଧିକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଇବାରେ ସକ୍ଷମ ହୋଇଥିଲା ବିଜେପି। ଏଇ ଯେମିତି ଆଇପିଏସ୍ ଡି.ଏସ୍. କୁଟ୍ଟେ, ଆଶିଷ ସିଂ ଓ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍। ଏଥିସହ ନିର୍ବାଚନ ପୂର୍ବରୁ ଶାସକ ଦଳକୁ ସହଯୋଗ ଅଭିଯୋଗରେ ଦୁଇ ଆଇଏଏସ୍ ଓ 6 ଆଇପିଏସ୍ ଅଧିକାରୀଙ୍କ ଉପରେ ଇସିଆଇ ଛାଟ ବାଜିଥିଲା। ଏମାନଙ୍କୁ ବଦଳି ସହ ନିର୍ବାଚନ ସମ୍ବନ୍ଧିତ କାର୍ଯ୍ୟରୁ ଦୂରେଇ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଏସବୁ ବାବୁଙ୍କ ଭାଗ୍ୟ ଆଗକୁ କଣ ରହୁଛି, କେଉଁ କେଉଁ ପଦରେ ନୂଆ ପୋଷ୍ଟିଂ ହେଉଛି ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ମିଳିଲା ଜାମିନ୍; ଜଗଦ୍ଦେବ କହିଲେ, ଚକ୍ରାନ୍ତ କରି ଗିରଫ କରିଥିଲେ

BJD BJP Congress Odisha Politics General Election 2024
Advertisment
Advertisment