• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି । ନିର୍ବାଚନ ବେଳେ ବେଗୁନିଆ ନିର୍ବାଚନ ମଣ୍ଡଳୀର ଏକ ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ଆଜି ଜାମିନ ମିଳିବା ପରେ ଜଗଦ୍ଦେବ କହିଛନ୍ତି ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ ଥିଲା, ନ୍ୟାୟାଳୟ ଉପରେ ତାଙ୍କର ବିଶ୍ୱାସ ରହିଛି । ସୂଚନାଯୋଗ୍ୟ, ଖୋର୍ଦ୍ଧା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗତକାଲି ନିୟମିତ ଜାମିନ ମିଲିଥିଲା । ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ। ପୂର୍ବରୁ ପୋଲିଂ ବୁଥରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ଗିରଫ ପରେ ପ୍ରଶାନ୍ତଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ତେବେ ଏହି ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ: କ୍ଷମତା ଯିବା ପରେ ହଟିଲା ସୁରକ୍ଷା ବ୍ୟବସ୍ଥା, ବଦଳିଲା ନବୀନ ନିବାସର ଚିତ୍ର

ସୂଚନା ଅନୁସାରେ ଚଳିତ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ତାଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ମେ’ ୨୫ ଅର୍ଥାତ ଭୋଟିଂ ଦିନ ସେ ବୋଲଗଡ ବ୍ଲକ୍‌ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ । ସେଠାରେ ସେ ଇଭିଏମ୍‌ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା ।

ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ପୋଲିସ୍‌ ତାଙ୍କୁ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା । ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା । ୧୧ ଦିନ ପରେ ଗତ ୯ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା । ଏହାପରେ ତାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଦୁଇ ଜଣ ଜାମିନଦାର ଓ ପଚାଶ ହଜାର ଟଙ୍କା ଲେଖାଏଁ ବେଲ ବଣ୍ଡରେ ତାଙ୍କୁ ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଥିଲେ କୋର୍ଟ ।

ଅଧିକ ପଢ଼ନ୍ତୁ: ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ; କହିଲେ, ୫ ବର୍ଷରେ ୫୦ ବର୍ଷର ବଳକା କାମ ହେବ

ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା । କିନ୍ତୁ ସେହି ବୁଥ୍‌ର ସିସିଟିଭି ଫୁଟେଜ୍ ଘଟଣା ଉପରୁ ପରଦା ହଟାଇଥିଲା । ଏହି ଭିଡିଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି ।

୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଯଥାକ୍ରମେ ବେଗୁନିଆ ଓ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ୮୦ ହଜାର ୫୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ ହଜାର ୯୬୬ଟି ଭୋଟ୍ ମିଳିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now