Advertisment

୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BJP Politics

ବିଜେପି ଗଢିଲା ସରକାର। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ-ସ୍ୱାଧୀନ ନେଲେ ଶପଥ । ୧୩ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି । ସେପଟେ କିନ୍ତୁ କିଛି ବରିଷ୍ଠ ପ୍ରମୁଖ ଦାବିଦାରଙ୍କ ନାଁ ମନ୍ତ୍ରିମଣ୍ଡଳରେ ନାହିଁ। ସମ୍ୱଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନି। ଯେଉଁଥିଲାଗି ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

Advertisment

ସେହିପରି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜି ଆସନରୁ ପରାସ୍ତ କରିଥିବା ଲକ୍ଷ୍ମଣ ବାଗ ବି ରେସ୍‌ରେ ଆଗରେ ଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରାନଯିବାରୁ ସମର୍ଥକଙ୍କ ଭିତରେ ଅସନ୍ତୋଷ ଅନେକ। ମନ୍ତ୍ରୀ ଦୌଡ଼ରେ ଆଉ ଜଣେ ଦାବିଦାର ହେଲେ କୋରାପୁଟ ବିଧାୟକ ରଘୁରାମ ମାଛ। ଦଳ ନିଶ୍ଚିତ ଭାବେ ଦକ୍ଷିଣ ଓଡ଼ିଶାକୁ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

ସେହିପରି ଭୁବନେଶ୍ୱରର ଏକମାତ୍ର ବିଜୟୀ ବିଜେପି ବିଧାୟକ ବାବୁ ସିଂଙ୍କ ନାଁ ମଧ୍ୟ ମନ୍ତ୍ରୀ ରେସ୍‌ରେ ଥିଲେ ବି ତାଙ୍କ ନାଁ ଉପରେ ମୋହର ବାଜିନି। କେନ୍ଦ୍ରାପଡ଼ା ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଥିବା ବେଳେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଥିବା ଦୁର୍ଗାପ୍ରସନ୍ନ ନାୟକ ବି ରେସ୍ ରେ ଅଛନ୍ତି।

Advertisment

ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୨୨ ଜଣ ମନ୍ତ୍ରୀ ରହିପାରିବେ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ଆହୁରି ୬ ଜଣଙ୍କୁ ନିଆଯାଇପାରିବ। ସେହିପରି ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦ ବି ଏ ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଗଞ୍ଜାମ ଜିଲ୍ଲାରୁ ବିଭୁତି ଜେନା ଓ ଗୋକୁଳାନନ୍ଦ ମଲ୍ଲିକ, ମୟୁରଭଞ୍ଜ ଜିଲ୍ଲାରୁ ଗଣେଶରାମ ସିଂହ ଖୁଣ୍ଟିଆ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂଦେଓ ଓ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ସ୍ଥାନ ମିଳିଛି।

ତେବେ କେନ୍ଦ୍ରାପଡ଼ା, ବାଲେଶ୍ବର, କଟକ, କୋରାପୁଟ ଭଳି ଜିଲ୍ଲାର କୌଣସି ବିଧାୟକଙ୍କୁ ମିଳିନି ମନ୍ତ୍ରୀ ପଦ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା କେଭିଙ୍କୁ ଛାଡିଲେ ଅନ୍ୟ କାହାପାଖେ ମନ୍ତ୍ରୀ ପଦର ଅଭିଜ୍ଞତା ନାହିଁ। ବିଜେପି ଟାଣୁଆ ନେତାଙ୍କୁ ଯଦି ମନ୍ତ୍ରିମଣ୍ଡଳରେ ସାମିଲ ନକରେ ତାହାରେ ସଶକ୍ତ ବିରୋଧୀ ସରକାରୀ ଦଳକୁ ଅଡୁଆରେ ପକାଇପାରନ୍ତି।

ବିଜେଡିରୁ ବିଜେପିକୁ ଆସିଥିବା ବିଜୟୀ ବିଧାୟକଙ୍କୁ ବି ମନ୍ତ୍ରୀ ପଦ ମିଳିନି। ଏବେ ଅପେକ୍ଷା ଚାପା ଅସନ୍ତୋଷକୁ ଦଳ କିପରି ମ୍ୟାନେଜ କରୁଛି, ଆଉ ବାକି ଥିବା ୬ ମନ୍ତ୍ରୀ ପଦ କେଉଁ କେଉଁ ବିଧାୟକଙ୍କ ଭାଗ୍ୟରେ ପଡୁଛି।

ଅଧିକ ପଢ଼ନ୍ତୁ: 'ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ'

BJD BJP Congress Odisha Cabinet Odisha Politics General Election 2024
Advertisment
Advertisment