Advertisment

ତରଙ୍ଗ ପ୍ଲସ୍‌ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ନୂଆ ଫିଲ୍ମ ‘My Sweet House Wife’

ରୁଦ୍ର ଓ ଅପର୍ଣ୍ଣା। ଘରେ ରୁଦ୍ରର ହାକିମାତି ଚଳେ। କିନ୍ତୁ ଅପର୍ଣ୍ଣା ପାଠପଢୁଆ ଝିଅ, ଗୀତ ବୋଲିବାକୁ ଓ ସମାଜ ସଂସ୍କାର ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ ଭଲପାଏ। ସର୍ବୋପରି ସାଙ୍ଗମାନଙ୍କ ସହ ମିଶି ହସଖୁସିରେ ସମୟ କାଟିବାକୁ ପସନ୍ଦ କରେ।

author-image
Sonali Ojha
ଅଦ୍ୟତନ ହୋଇଛି
Odia OTT Platform Tarang Plus New Movie My Sweet Housewife

My Sweet HoudeWife

ତରଙ୍ଗ ପ୍ଲସ୍‌ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ନୂଆ ଫିଲ୍ମ ‘My Sweet House Wife’। ଏଣିକି ଦର୍ଶକ ଘରେ ବସି ପୂରା ଫ୍ରିରେ ଫିଲ୍ମର ମଜା ଉଠାଇ ପାରିବେ।  ଏହାର ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂ ଓ ଶିଶିର ସାହୁ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ବରେ ଅଛନ୍ତି ଅମିତ କୁମାର ଦାଶ। ସଙ୍ଗୀତରେ ଏହାକୁ ସଜାଇଛନ୍ତି ରାହୁଲ ରାଉଳ। ମିଷ୍ଟିକ କ୍ଲା କ୍ଲାପସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନୈନା ଦାଶ ତିୱାରୀ, ପ୍ରୀତିରାଜ ଶତପଥି, କୁନା ତ୍ରିପାଠୀ, ବିଜୟିନୀ ଦାଶ, ଜୟପ୍ରକାଶ ଦାସ, ରବି ମିଶ୍ର, ପ୍ରସନ୍ନଜିତ୍ ମହାପାତ୍ର ଓ ନୀଳମଣି ସାହୁ। ସୂଚନାଯୋଗ୍ୟଯେ, ପୂର୍ବରୁ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା।

Advertisment

ବିଶେଷ ଭାବେ ଆମ ଭାରତୀୟ ସମାଜ ଓ ସଂସ୍କୃତିରେ ବିବାହର ସ୍ୱତନ୍ତ୍ର ସ୍ଥାନ ରହିଛି। ଏଠି କେବଳ ବରକନ୍ୟାଙ୍କର ନୁହେଁ, ବରଂ ଦୁଇଟି ପରିବାର ମଧ୍ୟରେ ବିବାହ ହୋଇଥାଏ। ପୁରୁଷ ଓ ନାରୀ ଉଭୟ ଏହି ବନ୍ଧନରେ ଆବଦ୍ଧ ହୁଅନ୍ତି । ଏକ ସଫଳ ବୈବାହିକ ଜୀବନରେ ଉଭୟଙ୍କର ସ୍ୱତନ୍ତ୍ର ଭୂମିକା ରହିଥାଏ। ଝିଅଟିଏ ସିନ୍ଥିରେ ସିନ୍ଦୂର ପିନ୍ଧି, ଏରୁଣ୍ଡି ଟପି, ନିଜର ଏକ ପରିଚୟ ନେଇ ଆସିଥାଏ। ସାଥୀରେ ନେଇ ଆସିଥାଏ କେତେ ସ୍ବପ୍ନ। ସବୁ ଏଇ ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି।

ଦମ୍ପତି ପରସ୍ପରକୁ ବୁଝି ଓ ସମ୍ମାନ ଜଣାଇ ପାରିଲେ ଉଭୟଙ୍କ ଯାତ୍ରା ସୁଗମ ହେବା ସହ ସମ୍ପର୍କ ସମୃଦ୍ଧ ଓ ସୁଦୃଢ଼ ହୋଇଥାଏ। ‘ମାଇଁ ସ୍ୱିଟ ହାଉସ୍‌ୱାଇଫ୍‌’ରେ ମୋଟାମୋଟି ଏମିତି ଜଣେ ନାରୀର ଜୀବନ ଓ ସ୍ବପ୍ନର ଚିତ୍ର ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ କାହାଣୀ ଉପସ୍ଥାପନର ଧାରାଟି ଅତି ସରଳ । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ରୂପେ ଏକାଠି ରହିବା ଆରମ୍ଭ କଲେ ସେହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଆଡଜଷ୍ଟମେଣ୍ଟ କରିବା ଦରକାର ପଡ଼େ। ସେଥିରେ ଅସାମଞ୍ଜସ୍ୟ ରହିଲେ ତାହା କ୍ରମେ ଅଶାନ୍ତି ସୃଷ୍ଟିର କାରଣ ହୁଏ।

Advertisment

ସେହିଭଳି ଦୁଇଜଣ ହେଲେ ରୁଦ୍ର ଓ ଅପର୍ଣ୍ଣା। ଘରେ ରୁଦ୍ରର ହାକିମାତି ଚଳେ। ଅପର୍ଣ୍ଣା ସବୁ ମାନିନିଏ, କାରଣ ଘରେ ଅଶାନ୍ତି ହେଉ ବୋଲି ସେ ଚାହେଁନି। ସଂସାର ଆଗକୁ ବଢ଼େ। କିନ୍ତୁ ଅପର୍ଣ୍ଣା ପାଠପଢୁଆ ଝିଅ, ଗୀତ ବୋଲିବାକୁ ଓ ସମାଜ ସଂସ୍କାର ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ ଭଲପାଏ। ସର୍ବୋପରି ସାଙ୍ଗମାନଙ୍କ ସହ ମିଶି ହସଖୁସିରେ ସମୟ କାଟିବାକୁ ପସନ୍ଦ କରେ। ସେଥିପାଇଁ ସେ ଉପାୟ ପାଞ୍ଚେ । ଏସବୁ କଥା ଘଟଣା କ୍ରମେ ରୁଦ୍ର ଜାଣିବାକୁ ପାଏ, ଯାହା ସେମାନଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି କରେ। ଶେଷକୁ ସେ ଝଡ଼ର କିପରି ଅବସାନ ହୁଏ ଓ ଶାନ୍ତି ଫେରେ ତାହା ଚଳଚ୍ଚିତ୍ର ଦେଖିଲାବେଳେ ଦର୍ଶକ ମନକୁ ନିଶ୍ଚୟ ଆନ୍ଦୋଳିତ କରିବ।

ସଂପୂର୍ଣ୍ଣ ଫିଲ୍ମଟି ଦେଖିବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।

Watch 'My Sweet House Wife' Full Movie For Free

Tarang Plus
Advertisment
Advertisment