/odishatv-khabar/media/post_attachments/uploadimage/library/16_9/16_9_0/Love_Story_1718280616.jpg)
Love Story
ଏକ ନିଆରା ପ୍ରେମ ବିବାହ। ଯାହା ସମ୍ପୂର୍ଣ୍ଣ ଅଲଗା। ଯାହା ଜାଣିଲେ ଆପଣ ନିଶ୍ଚୟ ବାଃ ବାଃ ହିଁ କରିବେ। କୁହାଯାଏ, ପ୍ରେମ ସତ୍ୟ, ପ୍ରେମ ଶାଶ୍ଵତ ଆଉ ପ୍ରେମ ଚିରନ୍ତର। ଉଭୟ ବର ଆଉ କନ୍ୟା ଠିକ୍ରେ କଥା ହୋଇପାରନ୍ତିନି। ପୁଅ ସୁଦୂର ରାଜସ୍ଥାନର ଆଉ ଝିଅ ଘର ସୁନ୍ଦରଗଡ ଜିଲ୍ଲାରେ। ଏମାନେ କେଉଁଠି ଦେଖା ବି ହୋଇନାହାନ୍ତି। ଯଦି ହୋଇଛି କେବଳ ଲେଖା ଲେଖାରେ ପ୍ରେମ। ହଁ ଦର୍ଶକ ବନ୍ଧୁ ଏଠି ଦୁଇ ପଦ ଲେଖା ଆଜି ଏମାନଙ୍କ ଜୀବନ ରେଖାକୁ ଯୋଡ଼ି ଦେଇଛି।
ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ। ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି। ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। ଆଉ ଏବେ ଏହା ସତ ହୋଇଛି। ଉଭୟ ବର-କନ୍ୟାଙ୍କ ପରିବାର ପକ୍ଷରୁ ସହମତି ମିଳିବା ପରେ ରାଉରକେଲା ସହରରେ ଥିବା ପବିତ୍ର ସ୍ଥାନ ବେଦବ୍ୟାସ ମନ୍ଦିରରେ ସେମାନଙ୍କ ହାତଗଣ୍ଠି ପଡ଼ିଛି। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ହୁଳହୁଳିର କୋଳାହଳ ଭିତରେ ଭଗବାନଙ୍କୁ ସାକ୍ଷୀ ରଖି ସାତଜନମର ସାଥୀ ହୋଇଛନ୍ତି ଉଭୟ।
ଉଭୟଙ୍କ ପ୍ରେମ କାହାଣୀ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଉଭୟଙ୍କ ଏ ନିରୀହ ଆଖି ଯେମିତି ଏ ସମାଜକୁ ପ୍ରେମର ସଠିକ୍ ପରିଭାଷା ଶିଖାଇ ଦେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)