କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ।
ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି ।
ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ ।
ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ? ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ସପକ୍ଷରେ ମତ ରଖିଲେ ବିଶେଷଜ୍ଞ । ମରାମତି ଆଗରୁ ରତ୍ନ ଗଣତି-ମଣତି ସାରିବାକୁ ସେବାୟତଙ୍କ ଦାବି ।
ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।
ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଛନ୍ତି ଆଧୁନିକ ମଣିଷ । ଗତ କିଛିଦିନ ତଳେ ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏକ ତାନ୍ତ୍ରିକର କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଅଘଟଣ । ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍ ଓ ଗୋଦାମ ଘର । ପୋତି ହୋଇରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଚାଉଳ
ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।
କେବେ ଭାକୁର ମାଛ ପୋସ୍ତ ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ।
ମହର୍ଷି ବେଦବ୍ୟାସ ଦେଇଥିବା ଜ୍ଞାନକୁ ଆଧାର କରି ଏହି ଗୁରୁ ପୂଜନ ପରମ୍ପରା ଚାଲି ଆସିଛି । ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରୁଥିବା ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କହିଛନ୍ତି, ଅପହରଣକାରୀ ମାନେ ଫୋନ୍ କରି ୫ ଲକ୍ଷ ଟଙ୍କା ମାଗୁଛନ୍ତି। ନଚେତ୍ ପୁଅକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି।
ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଏହି ଅଧିବେଶନ ।
ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍ର କିଛି ଅଂଶ ଧୋଇ ନଷ୍ଟ ହୋଇଛି ।
ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ବଦଳାଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ହୋଇଥିବା ନେଇ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କରାଯିବ କହିଲେ ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
କୋଇଡା କାଲଟା ଫାଣ୍ଡି ଅଞ୍ଚଳରେ ପୋଲ ତଳୁ ମିଳିଲା କଙ୍କାଳ । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼ । କଙ୍କାଳ ପାଖରୁ ମିଳିଲା ବ୍ୟାଗ୍, କିଛି କାଗଜପତ୍ର ଜବତ ।
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର। ଚନ୍ଦ୍ର- ଧନୁ ପ୍ରାତଃ ୦୭.୨୭ ଗତେ ମକର। ତିଥି- ପୂର୍ଣ୍ଣିମା ଦିବା ୦୩.୪୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୭.୨୬ ଗତେ ସିଂହ ରାଶିର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି।
୨୫ତାରିଖ ଯାଏ ପ୍ରବଳ ବର୍ଷିବ। ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।
କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।
ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା।
ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।
ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର।