/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718273492.jpg)
Temperature
ରଜରେ ଲୋକଙ୍କୁ କଲବଲ କରିବ ଗରମ ଓ ଗୁଳୁଗୁଳି। ୧୪, ୧୫ ଓ ୧୬ ତାରିଖ ରଜ ତିନିଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଥିଲେ ମଧ୍ୟ ମୌସୁମୀ ଅଗ୍ରସର ହେଉନି। ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ରାତି ପାହିଲେ ରଜ। ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ। କିଣାକିଣାରେ ବିତୁଛି ସମୟ। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁରେ ଏବେଠି ଦେଖିବାକୁ ମିଳିଲାଣି ରଜ ସଜବାଜ। କୁମାରୀମାନେ କୁଙ୍କୁମ, ଅଳତା, ମେହେନ୍ଦି କରି ପରସ୍ପର ପରସ୍ପରକୁ ସଜେଇ ଦେଉଛନ୍ତି। ଗାଁରେ ଏବେ ଦୋଳି ଲଗାସାରିଲାଣି। ରଜ ତିନି ଦିନ ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଜମିବ।
ରଜ ପାଇଁ ବେଶ୍ ଚଳଚଞ୍ଚଳ ଏବେ ଦୋକାନ ବଜାର। ନୂଆ ଡ୍ରେସ୍ ପାଇଁ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଲାଣି। କଟକ ଟୁଙ୍ଗି ବଜାରରେ ପରିବାର ସହ ଆସି ନୂଆ ଡ୍ରେସ୍ କିଣୁଛନ୍ତି ଗ୍ରାହକ। ଦୋକାନୀ ମଧ୍ୟ ଭଲ ଦି ପଇସା ରୋଜଗାର ଆଶା ରଖିଛନ୍ତି। ବିଭିନ୍ନ ଦୋକାନରେ ପହିଲି ରଜ ପାଇଁ ଏବେ ଭିଡ଼ ଜମିଲାଣି। ବର୍ଷ କରେ ଥରେ ଏହି ତିନିଦିନକୁ ଅପେକ୍ଷା କରିଥାନ୍ତି ସମସ୍ତେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)