• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପଳାଶୁଣି ଛକରେ ରାସ୍ତାରୋକ କରିଛନ୍ତି । ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର ।

ସେହିପରି ଗତ କିଛିଦିନ ତଳେ ଯାଜପୁର ସଡ଼କ ଦୁର୍ଘଟଣା ରାଜ୍ୟବାସୀଙ୍କୁ ଥରାଇ ଦେଇଥିଲା । ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବସରେ ଥିବା ୧୩ ଯାତ୍ରୀ ଆହତ ହୋଇଥିଲେ । ଅନ୍ୟପଟେ ଗୁରୁତରମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ମୁଗ ଭଜା; ଫାଟିଲା ଗ୍ୟାସ୍‌ ଟାଙ୍କି, ଜିଅନ୍ତା ଜଳିଗଲେ ୩ଜଣ

ବସଟି ପର୍ଯ୍ୟଟକଙ୍କୁ ଧରି କୋଲକାତାରୁ ପୁରୀ ଆସୁଥିଲା । ପୋଲିସ ପ୍ରଥମେ ୧୩ ଜଣ ଯାତ୍ରୀଙ୍କୁ ନେଇ ବଡ଼ଚଣା ମେଡିକାଲ ଆଣିଥିଲା । ସେଠାରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଛି । ସୂଚନାଯୋଗ୍ୟ, ପ୍ରାୟ ୭ ରୁ ୮ଦିନ ତଳେ ସେହି ସ୍ଥାନରେ ଏପରି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୋଟେ ଗାଡ଼ିକୁ ପଛ ପଟରୁ ଏକ ଟ୍ରକ ବାଡ଼େଇ ଦେଇଥିଲା । ସେତେବେଳେ ଉକ୍ତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ରୁ ୧୫ ଜଣ ଆହତ ହୋଇଥିଲେ ।

ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଗତ କିଛିଦିନ ତଳେ ସମ୍ବଲପୁରରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିପଡ଼ିଥିଲା ବୋଲେରୋ । ଚାହୁଁ ଚାହୁଁ ଆଖି ବୁଜିଦେଇଥିଲେ ୨ଜଣ । ୭ଜଣ ଗୁରୁତର ହେଲେ, ୧୦ଜଣ ଆହତ ବି ହେଲେ । କାଳିଆ ଦର୍ଶନ ପାଇଁ ବାହାରିଥିଲେ, କିନ୍ତୁ ବାଟରେ ଛକି ରହିଥିବା ଯମ ।

ଅଧିକ ପଢ଼ନ୍ତୁ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଜୀବନ

ସମ୍ବଲପୁର ଯୁଜୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିର୍ମାଣଧିନ ବ୍ରିଜ୍‌ ଉପରୁ ବୋଲେରୋ ଖସି ଲିଭିଯାଇଥିଲା ଦୁଇ ଜଣଙ୍କ ଜୀବନ ଦୀପ । ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତ ୧୯ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now