Advertisment

ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା; କୈଫତ୍ ମାଗିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ନୂଆ ସରକାର । ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

author-image
Sonali Ojha
ଅଦ୍ୟତନ ହୋଇଛି
Odisha CM Mohan Majhi expresses shock over 'inefficient administration'; power was with specific coterie

Mohan Majhi

ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ନୂଆ ସରକାର । ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବସର ପରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କିଏ ଉତ୍ତର ଦାୟୀ ତାହା ବି କାହା ପାଖରେ ଖବର ନାହିଁ । ବାହାର ସଂସ୍ଥାକୁ ବି ଦିଆଯାଇଛି ପରିଚାଳନା ଦାୟିତ୍ବ ।

Advertisment

ନିର୍ଦ୍ଦିଷ୍ଟ କୋଟେରୀ କବଜାରେ ଥିଲା କ୍ଷମତା । ଅଚଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ୍ ଢଙ୍ଗରେ କୌଣସି ସୂଚନା ଦେଇପାରିନଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଢିଲା ଓ ଅପାରଗ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଅଫିସର ମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ହେଲା ଏହାର କୈଫତ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କାହା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ନଥିଲା । ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଅଫିସର ମାନଙ୍କୁ ଡାକି ବିଭିନ୍ନ ବିଭାଗର ସମୀକ୍ଷା ବେଳେ ଏଭଳି ସ୍ଥିତି ଦେଖି ତାଜୁବ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ସରକାର ଗଠନ ହେଉ ହେଉ ଚାଲିଛି ପ୍ରତିଶ୍ରୁତି ପୂରଣ। ଗତକାଲି ଶ୍ରୀମନ୍ଦିର ଚାରି ଦ୍ୱାର ଉନ୍ମୁକ୍ତ କରାଯାଇଥିଲା।ବାରମ୍ବାର ସଭା ମଞ୍ଚରୁ ଗ୍ୟାରେଣ୍ଟି ଦେଇଥିଲେ । ସରକାରକୁ ଆସୁ ଆସୁ ଅବିଳମ୍ବେ ପ୍ରତିଶ୍ରୁତି ପୂରଣ କରିଦେଲେ ବିଜେପି ସରକାର। ଗତକାଲି ଶ୍ରୀମନ୍ଦିର ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶିଷ ନେଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- କେବଳ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଲା। ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ଆଗକୁ ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ, ସବୁ ପଦକ୍ଷେପ ନେବୁ। ଠାକୁର ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ, ତାଙ୍କ କୌଳିକ ପଣ୍ଡାଙ୍କ ପୂସ୍ତିକାରେ ଦସ୍ତଖତ ମଧ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ: କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Odisha CM Mohan Majhi
Advertisment
Advertisment