Advertisment

'ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ'

ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Mohan Majhi

Mohan Majhi

ଶ୍ରୀଜିଉଙ୍କ ଦର୍ଶନ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳି ସୁଆଣ୍ଡୋ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଛନ୍ତି। ଏ ଅବସରର ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ। ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ; କହିଲେ, ୫ ବର୍ଷରେ ୫୦ ବର୍ଷର ବଳକା କାମ ହେବ

Advertisment

ପ୍ରଥମ ଦିନରୁ ହିଁ ଲୋକଙ୍କ ପାଖକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବରୁ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ। ଏ ସରକାର ଯେ ଲୋକଙ୍କ ସରକାର ଏବଂ ସେ ଯେ ଲୋକଙ୍କ ସିଏମ୍, ସେଇ ବାର୍ତ୍ତା ଝଲସିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦିନର ପ୍ରଥମ କାର୍ଯ୍ୟକ୍ରମରୁ। କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ। କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ..କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ।

ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍। ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନଦରଦୀ ଚେହେରା। ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବା ଆଗରୁ, ପ୍ରଥମେ ଜନତାଙ୍କ ମନକୁ ଛୁଇଁଥିଲେ ମୋହନ। ଜଣାଇବାକୁ ଚାହିଁଥିଲେ- ଏ ନୂଆ ସରକାର ଗରିବର ସରକାର। ସାଧାରଣ ଖଟିଖିଆର ସରକାର। ସବୁ ବର୍ଗର ସରକାର।

ଅଧିକ ପଢ଼ନ୍ତୁ: ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

BJP MSP For Paddy Odisha Chief Minister Mohan Majhi
Advertisment
Advertisment