• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି । ଆଉଟର କର୍ଡନରେ କେବଳ ସୁରକ୍ଷାକର୍ମୀ ଅଛନ୍ତି । ବିରୋଧୀ ଦଳ ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କିଛି ସୁରକ୍ଷାକୁ ଅପରବର୍ତ୍ତିତ ରଖାଯିବ ବୋଲି ଜଣାପଡ଼ିଛି ।

ସେପଟେ ଗତକାଲି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ଏହି ପଦ ଓ ଗୋପନୀୟତାର ଶପଥ ପାଠ ସହ ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ଲେଖା ହୋଇଛି ନୂଆ ଇତିହାସ, ଆରମ୍ଭ ହୋଇଛି ରାଜ୍ୟ ରାଜନୀତିର ନୂଆ ଅଧ୍ୟାୟ । ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ରାଜ୍ୟ ଓଡ଼ିଶାର ପଂଚଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି କେନ୍ଦୁଝରର ଲୋକପ୍ରିୟ ଆଦିବାସୀ ଚେହେରା ।

ଅଧିକ ପଢ଼ନ୍ତୁ: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍

କହିଥିବା ଅନୁସାରେ ଆଜି ସକାଳୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଥିଲା । ସେଠାରେ ମନ୍ତ୍ରୀଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ସତ୍ୟବାଦୀ ସୁଆଣ୍ଡୋରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଆଣ୍ଡୋ ଷଠୀଘର ପରିଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର, ସାମିଲ ହୋଇଥିଲେ ।

ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ଦେବା ସହ କହିଛନ୍ତି ଯେ, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିବୁ । ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ । ୨୪ ବର୍ଷ ଭିତରେ ସରକାର ଘଟଣାସ୍ଥଳ ଯିବା ସାମ୍ନାକୁ କମ୍ ଆସିଛି । ଏହା ଗରିବଙ୍କ ସରକାର, ଗରିବ ହିସାବରେ ଆସିଛୁ ।

କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ୱ ଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

OTV is now on Whatsapp

Join and get latest news update delivered to you via whatsapp

Join Now