Advertisment

ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Puri Srimandir Four Doors Opened Today

Lord Jagannath Temple

ସବୁ ପ୍ରତିକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ବାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

Advertisment

କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ବ ଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଥିଲେ । ମଙ୍ଗଳ ଆଳତୀ ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ବାରକୁ ଖୋଲି ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

ବନ୍ଧା ପଡ଼ିଥିଲା ଧାର୍ମିକ ବିଶ୍ବାସ। ଶ୍ରୀମନ୍ଦିର ୪ ଦ୍ବାର ଖୋଲାନଯିବା ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଅଗଣିତ ଶ୍ରଦ୍ଧାଳୁ। ନଜରପକାନ୍ତୁ କିଭଳି ଥିଲା ୪ ଦ୍ବାର ଘଟଣାକ୍ରମ...

Advertisment

- କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିର ୪ ଦ୍ବାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଥିଲା
- ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ବାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ
- କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ବାର ବନ୍ଦ କରିଥିଲେ ନବୀନ ସରକାର
- ୨୦୨୧ ନଭେମ୍ବର ୨୪ରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହେଲା ୩ ଦ୍ବାର
- ୨୦୨୨ ଫେବୃଆରୀ ୩ରେ କେବଳ ସିଂହଦ୍ବାରରେ ପ୍ରବେଶ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
- କେବଳ ସିଂହଦ୍ବାର ବାଟେ ଭକ୍ତଙ୍କୁ ଛଡ଼ାଯିବାରୁ ଅକଥନୀୟ ଯନ୍ତ୍ରଣା ଭୋଗିଲେ ଭକ୍ତ
- ସବୁଠୁ ବେଶୀ କଲବଲ ହେଲେ ପୁରୀ ବାସିନ୍ଦା ଓ ମଠ ମନ୍ଦିର ଅନ୍ତେବାସୀ
- ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ଦାବିରେ ଆରମ୍ଭ ହେଲା ଆନ୍ଦୋଳନ ଓ ବିକ୍ଷୋଭ
- ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳଙ୍କ ପକ୍ଷରୁ ଚାଲିଲା ବନ୍ଦ ପାଳନ
- ୨୦୨୩ ଜୁଲାଇ ୨୪ରେ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ବାର
- ସିଂହଦ୍ବାର ପଟେ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିଲେ ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ
- ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି ବନ୍ଦ ରହିଲା ଭକ୍ତଙ୍କ ପାଇଁ ୪ ଦ୍ବାର ପ୍ରବେଶ
- ୨୦୨୪ ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲିଲାନି ସବୁ ଦ୍ବାର
- ପଶ୍ଚିମ ଦ୍ବାରବାଟେ ଲାଞ୍ଚ ନେଇ ଭକ୍ତଙ୍କୁ ଛଡ଼ା ଯିବାର ଭିଡ଼ିଓ ଭାଇରାଲ୍ ହେଲା
- ଶ୍ରୀମନ୍ଦିର ସେବାୟତ ଓ ପରିଚାଳନା କମିଟି ସଭ୍ୟ ବି ୪ ଦ୍ବାର ଖୋଲିବାକୁ ଦାବି କଲେ
- ରାଜ୍ୟ ସରକାର ଏତେ ସବୁ ଜାଣି ବି ଅଜଣା ରହିଲେ, ଭକ୍ତ ଯନ୍ତ୍ରଣା ଭୋଗିଲେ
- ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଖରୁ ସିଂହଦ୍ବାର ଯାଏଁ ତିଆରି ହେଲା ଦୀର୍ଘ ଏସି ସେଡ୍
- ତଥାପି ସେ ବାଟେ କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା
- ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହେଲା ବଡ଼ ନିଷ୍ପତ୍ତି

Rephrase with Ginger (Ctrl+Alt+E)
Lord Jagannath Puri Srimandir
Advertisment
Advertisment