Advertisment

ଖୋଲିଲା ଚାରି ଦ୍ୱାର, ଶ୍ରୀଜୀଉଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଲେ ସାଧାରଣ ଶ୍ରଦ୍ଧାଳୁ

ନୂଆ ସରକାର ଆସୁ ଆସୁ ଖୋଲିଦିଆଗଲା ଶ୍ରୀମନ୍ଦିରର ୪ ଦ୍ବାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଖୋଲିଲା ୪ ଦ୍ବାର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Lord Jagannath

ବାରମ୍ବାର ସଭା ମଞ୍ଚରୁ ଗ୍ୟାରେଣ୍ଟି ଦେଇଥିଲେ । ସରକାରକୁ ଆସୁ ଆସୁ ଅବିଳମ୍ବେ ପୂରଣ କରିଦେଲେ । କୋଟି କୋଟି ଓଡ଼ିଆଙ୍କୁ ଦେଇଥିଲେ ପ୍ରତିଶ୍ରୁତି । ଆଜି ପୂରଣ କରିଛନ୍ତି । ଶ୍ରୀମନ୍ଦିର ଚାରି ଦ୍ୱାର ହେଲା ଉନ୍ମୁକ୍ତ, ଭକ୍ତ ବେଶ୍ ଆହ୍ଲାଦିତ। ଆଜିର ଶୁଭ ସମୟ, ସକାଳ ୭ଟା। ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।

Advertisment

ତେଣେ ପ୍ରତିଶ୍ରୁତି ପୂରଣର ସେଇ ବହୁ ପ୍ରତିକ୍ଷୀତ ମୂହୁର୍ତ୍ତରେ ବି ଉପସ୍ଥିତ ଥିଲେ ନିଜେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ। ଜୟ ଜଗନ୍ନାଥ ଧ୍ୱନିରେ ଫାଟି ପଡୁଥିଲା ଚଉଦିଗ। ଶ୍ରୀମନ୍ଦିର ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶିଷ ନେଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- କେବଳ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଲା।

ଅଧିକ ପଢ଼ନ୍ତୁ: ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ଆଗକୁ ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ, ସବୁ ପଦକ୍ଷେପ ନେବୁ। ଠାକୁର ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ, ତାଙ୍କ କୌଳିକ ପଣ୍ଡାଙ୍କ ପୂସ୍ତିକାରେ ଦସ୍ତଖତ ମଧ୍ୟ କରିଥିଲେ।

Advertisment

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଗଲା, ୪ ବର୍ଷ ଧରି ଅକଥନୀୟ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ମିଳିଗଲା। ଯାହାକୁ ନେଇ କେବଳ ଯେ, ଭକ୍ତ ଆନନ୍ଦିତ ହୋଇଛନ୍ତି ତାନୁହେଁ ବିଶ୍ୱାସ ଆଧାରିତ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ୱାରରେ ଦୀର୍ଘ ଦିନ ପରେ ପ୍ରବେଶର ସୁଯୋଗ ପାଇ ବି ଆହ୍ଲାଦିତ ହୋଇଛନ୍ତି। ସେଥିପାଇଁ ସେମାନେ ରାଜ୍ୟରେ ନୂଆ କରି ଶାସନ ଭାର ନେଇଥିବା ବିଜେପି ସରକାର ଓ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି।

ତେବେ ଏଠି ପ୍ରଶ୍ନ- ସମସ୍ତ ୪ ଦ୍ବାର ଖୋଲାଯିବା ପରେ କେତେ ଶୃଙ୍ଖଳିତ ହେବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ? କେତେ ବ୍ୟବସ୍ଥିତ ହେବ ଭକ୍ତଙ୍କ ସୁରକ୍ଷା ? ଦିନକୁ ଦିନ ବଢୁଥିବା ଭକ୍ତଙ୍କ ସଂଖ୍ୟା ଅନୁସାରେ କେତେ ଶୀଘ୍ର ମିଳିଯିବ ସେମାନଙ୍କୁ ଜଗା ଦର୍ଶନ। ଯେହେତୁ ଏବେ ବି ସାତ ପାହାଚ ପାଖରେ ବ୍ୟାରିକେଡ୍ ବ୍ୟବସ୍ଥା ଅଛି।

ତେଣୁ ଯାନିଯାତ୍ରା ଓ ସ୍ୱତନ୍ତ୍ର ନୀତିକାନ୍ତିବେଳେ ଲକ୍ଷାଧିକ ଭକ୍ତ ଚାରିଦ୍ୱାରରେ ପ୍ରବେଶ କଲେ, କେମିତି ସେମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ? ସୁରୁଖୁରୁରେ ଗରୁଡ଼ ଖମ୍ବଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ଦର୍ଶନ ଚାଲିବ ତ ? ତାସହ ମନ୍ଦିର ଭିତରେ ସଂଖ୍ୟାଧିକ ଭକ୍ତଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଅଛି ତ ? ଏସବୁ ସମସ୍ୟାର ସମାଧାନ ପାଇଁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିର ଭର୍ଚୁଆଲରେ ଜରୁରୀ ବୈଠକ ବସିଥିଲା, ଯେଉଁଥିରେ ଏଣିକି ୪ ଦୁଆରରେ ଜୋତା ଓ ମୋବାଇଲ ଷ୍ଟାଣ୍ଡ ସହ ପାନୀୟ ଜଳର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି।

Srimandir Jagannath Temple
Advertisment
Advertisment