ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍।
ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର।
ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ।
ସଂଧ୍ୟା ଜଳଖିଆରେ କଣ ବନେଇବେ ସେ ନେଇ ଚିନ୍ତିତ କି ? ବର୍ଷା ପାଗରେ ବନାନ୍ତୁ ଗରମା ଗରମ ‘ଛତୁ ପୋସ୍ତ ବରା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ନିଆରା ପରମ୍ପରା... ଭଲ ଚାଷ ପାଇଁ ଏଠି ହୁଏ ଯାତ୍ରା । ଚାଷ ପାଇଁ କଳାହାଣ୍ଡି କୋକସରା ଟେମରାଠାରେ ଆଦିବାସୀ ପରମ୍ପରାରେ ପାଳିତ ହୁଏ ଆଷାଢ କେନା ମଣ୍ଡେଇ ଯାତ୍ରା । ଚାଲନ୍ତୁ ଜାଣିବା କ’ଣ ଏହି ଯାତ୍ରା...କ’ଣ ଏହି ନିଆରା ପରମ୍ପରା...
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି।
ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି।
ଆଜି ବାହାରିବ ନୀଳାଚଳ ଅବଢା, ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ..
ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।
ଘରୋଇ ବସ୍ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ।ତେବେ ବିଳମ୍ୱିତ ରାତିରେ ବାମଣ୍ଡା ନିକଟରେ ସୁନାଖାଇ ପୋଲ ତଳକୁ ଖସିପଡିଥିଲା।
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୧୪ଶୀ ସନ୍ଧ୍ୟା ୦୫.୫୯ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୪୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ସେ ସଂରକ୍ଷିତ କରିଥିବା ଧାନ କିସମମଧ୍ୟରେ ରହିଛି ହଳଦୀଗଣ୍ଠି, ଝିଲି, ସପୁରି, ବୃଦ୍ଧମଣି, କଳାଜିରା, ମାଛକଣ୍ଟା, ଲଦିଆରୀ, କାଲାମଲ୍ଲିକ ପ୍ରଭୃତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେଉଁଠି ମେଡିସିନ୍ ଷ୍ଟୋରରେ ଡେଣ୍ଟାଲ କ୍ଲିନିକ୍ ଚାଲିଛି ତ କେଉଁଠି ଜୀବନ ନେଉଛି ନକଲି ଡାକ୍ତରଙ୍କ ଚିକିତ୍ସା ।
ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ ।
ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ ।
ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।
ପିତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର ।
ପୁଣି ପଦାରେ ପଡ଼ିଲା 5T ସ୍କୁଲର ବିକଳ ଚିତ୍ର । ପୂର୍ବ ସରକାରଙ୍କ 5T ସ୍କୁଲ ଓ ତା’ର କଳା ସତ ବର୍ତ୍ତମାନ ପଦାରେ ପଡ଼ିଛି । ବିକାଶ ନାଁରେ ଡିଣ୍ତିମ ପିଟୁଥିଲେ ନବୀନ ସରକାର । କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସହ ଚାଲିଥିଲା ଖେଳ ।
ବଡ଼ଦାଣ୍ଡରେ ସରିଲା ଶ୍ରୀଜୀଉଙ୍କ ଲୀଳାଖେଳା। ନୀଳକନ୍ଦର ଫେରିଲେ ନୀଳମଣି।
୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି ।
ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।
ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।