ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ଲଘୁଚାପ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ମୋଟୁ ରାସ୍ତାରେ ପାଣି, ତେଲେଙ୍ଗାନା ଓ ଆନ୍ଧ୍ରକୁ ଯାତାୟତ ବନ୍ଦ ।
ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ
ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି।
ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।
ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ।
ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।
ରାଜ୍ୟରେ ବେକାବୁ ମହାମାରୀ କୋଭିଡ୍ । ମାରିଛି ଲମ୍ବଡିଆଁ । ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ । ମାତ୍ର ୧୦ ଦିନ ଭିତରେ ଦୈନିକ ସଂକ୍ରମଣ ଟପିଗଲାଣି ୩ ଗୁଣାରୁ ଅଧିକ ।
କିଏ ଏ ଆକ୍ରମଣକାରୀ ? କିଏ ଏମାନଙ୍କୁ ଏଭଳି ଅରାଜକତା ପାଇଁ ସାହାସ ଯୋଗୋଉଛି?
ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ରାଜଧାନୀରେ ରହୁଥିବା ଏ ଦମ୍ପତି ?
ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍ରେ ଫସିରହିଗଲେ ସ୍କୁଲ୍ ପିଲା ।
ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍ ଖେଦି ଆସିଲା ଦନ୍ତା । ବାସ୍ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।
ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି।
କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।
ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।
ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ ।
ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ..
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍ଜାମିନର ଥିଲେ।
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା....