Advertisment

‘ଲୋକମାନେ ଆଗ୍ରହ ଦେଖାଇଲେ ଅଧିକ ଲୋକଙ୍କ ଟୀକାକରଣ କରାଯାଇପାରିବ’

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା....

author-image
Otv Khabar Bureau
ଅଦ୍ୟତନ ହୋଇଛି
Vaccination centres will be increased to more than 3000 to facilitate universal inoculation

Vaccination centres will be increased to more than 3000 to facilitate universal inoculation

ଆଜିଠୁ ୧୮ରୁ ୫୯ ବର୍ଷ ବର୍ଗଙ୍କୁ ମାଗଣା କରୋନା ପ୍ରିକସନ ଡୋଜ୍ ଦିଆଯାଉଛି । ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ପ୍ରିକସନ୍ ଡୋଜ ଦିଆଯାଉଛି । ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

Advertisment

କଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ?

ଟିକାକରଣ ନେଇ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ‘୧୮ରୁ ୫୯ ବର୍ଷ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି । ଆଜି ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ପ୍ରିକସନ୍ ଡୋଜ ଦିଆଯାଉଛି । କେବଳ ଭୁବନେଶ୍ୱରରେ ୧୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ୧୮ରୁ ୫୯ ବର୍ଷ ବୟସର ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ନେଇଛନ୍ତି । ଉଭୟ ଅନ୍‌ଲାଇନ୍ ଓ ଅନ୍‌ସାଇଟ ପଞ୍ଜୀକରଣ କରି ଟିକା ନେଇପାରିବେ । ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ରହିଛି ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ୍ କରି ଟିକା ବ୍ୟବସ୍ଥା ହୋଇଛି’ ।

Advertisment

୭୫ ଦିନ ଧରି ଚାଲିବ ଟିକାକରଣ:-

ଆଜିଠୁ ଆରମ୍ଭ ହୋଇଛି ୧୮ରୁ ୫୯ ବୟସ ବର୍ଗଙ୍କୁ ପ୍ରିକସନ୍ ଡୋଜ୍ । ଟିକା ନେବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଲାଇନ୍ ଲଗାଇଛନ୍ତି ଲୋକେ । ୭୫ ଦିନ ଧରି ଚାଲିବ ଏହି ଅଭିଯାନ । ଆଜି ରାଜ୍ୟରେ ୨ ହଜାର ୩୨୦ ଟିକାକରଣ କେନ୍ଦ୍ରରେ ଚାଲିଛି ପ୍ରିକସନ ଡୋଜ । ଟିକାକରଣ ଏ ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ ଏ ବୟସ ବର୍ଗର ୭ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ ୧୯ଟି ଟିକାକରଣ କେନ୍ଦ୍ର ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ୧ ଲକ୍ଷ ୫୨ ହଜାର ପ୍ରିକସନ ଡୋଜ ନେଇସାରିଛନ୍ତି । ଲୋକମାନେ ଆଗ୍ରହ ଦେଖାଇଲେ ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ କରାଯାଇପାରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟରେ ବଢ଼ୁଛି କରୋନା:-

କ୍ରମାଗତ ଭାବରେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏମିତିକି ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହଜାରେ ପାର୍‌ କରିଛି । ୨୪ ଘଣ୍ଟାରେ ୧୦୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୯ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୩୪ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୧୭୫କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ସଂଖ୍ୟା ୪୮୨୫ ଥିବାବେଳେ ୧୨ ଲକ୍ଷ ୮୩ ହଜାର ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସ୍ଥିତି :-

ଆଜି ବି ଦେଶରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୦ ହଜାର ୩୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୭ ଜଣଙ୍କ ଜୀବନ ନେଇଛି କରୋନା। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ପଜିଟିଭିଟି ହାର ୪.୪୪ ପ୍ରତିଶତ ରହିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୭୩କୁ ବୃଦ୍ଧି ପାଇଥିବା ବେଳେ ୪ କୋଟି ୩୦ ଲକ୍ଷ ୪୫ ହଜାର ୩୫୦ ଜଣ ସୁସ୍ଥ ହୋଇଥିବା ସୂଟନା ମିଳିଛି ।

COVID-19 COVID-19 Vaccination Vaccination Drive
Advertisment
Advertisment