/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657904561.jpg)
Bus Accident
ବଲାଙ୍ଗିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଯାତ୍ରୀବାହୀ ଘରୋଇ ବସ୍କୁ ପିଟିଲା ଏକ ଘରୋଇ କମ୍ପାନୀର ଟ୍ୟାଙ୍କର।ଟ୍ୟାଙ୍କର ଧକ୍କାରେ ବସ୍ରେ ଥିବା ୨୯ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କୁମୁଦିନୀ ନାମକ ଏକ ଘରୋଇ ବସଟି ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା।
Advertisment
ତେବେ ସଂପୃକ୍ତ ଟ୍ୟାଙ୍କରଟି ବସକୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ଲୋଇସିଂହା ହସପିଟାଲରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ଚିକିତ୍ସା ଜାରି ରହିଥିବାବେଳେ କେଉଁ ପରିସ୍ଥିତିରେ ବସ୍କୁ ଟ୍ୟାଙ୍କରକୁ ପିଟିଲା ଜଣାପଡ଼ିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)