• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକ ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି । ହେଲେ ଭାଉ ଏତେ ଯେ ହାତ ମାରିହେଉନି । କାରଣ କିଲୋ ପିଛା ଦର ୧୫ ଶହରୁ ୨ହଜାର । ଗତ ବର୍ଷ ମାନଙ୍କରେ ଇଲିସି ଏତେଟା ଦେଖାଦେଇନଥିଲା । ଏଥର କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଧାମରା ଅଂଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଗତ ୩ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି ।

ହେଲେ ଛୋଟ ଇଲିସି ଏତେଟା ଦେଖାଯାଉନଥିବା ବେଳେ ବଡ଼ ଇଲିସି ଗୁଡିକ ଜାଲରେ ପଡୁଛି । ବଡ଼ ଇଲିସିର ଚାହିଦା ଥିବାରୁ ଏହାର ଦର ଆକାଶ ଛୁଆଁ ରହିଛି । କିଲୋରୁ ଦେଢ଼ କିଲୋ ଓଜନର ଇଲିସି ଗୁଡିକ ୧୫ଶହ ରୁ ୨ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋରୁ ତଳକୁ ଓଜନର ଇଲିସି ୧୨ଶହ ଟଙ୍କା ଓ ୫ଶହ ରୁ ୬ଶହ ଓଜନର ଇଲିସି ୬ଶହ ଟଙ୍କାରେ ବିକ୍ରି ହେଉଛି ।

ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । କାଁ ଭାଁ ଛାଡିଦେଲେ ଆକାଶ ଛୁଆଁ ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସିକୁ କଲିକତା, ଖଡ଼ଗପୁର, ମେଛଦା ଆଦି ଅଂଚଳକୁ ପଠାଇଥାନ୍ତି । ପୂବେଇ ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି । ଆଉ ଜାଲରେ ପଡ଼ନ୍ତି ବୋଲି କୁହନ୍ତି ମତ୍ସ୍ୟଜୀବୀ । ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ହେବ ଆଉ ରେଟ ଟିକେ ମଧ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ ।