Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍‌ଜାମିନରଙ୍କ ହାତ !

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍‌ଜାମିନର ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sambalpur University Exam Question Papers Leaked

Sambalpur University Exam Question Papers Leaked

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ ସାଂଘାତିକ ସୂଚନା ଦେଇଛନ୍ତି। ଲିକ୍ ପଛରେ ଜଣେ ଏକ୍‌ଜାମିନରଙ୍କ ହାତ ଥିବା ନେଇ ସେ ସନ୍ଦେହ କରିଛନ୍ତି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍‌ଜାମିନର ଥିଲେ ବୋଲି କୁଳପତି କହିଛନ୍ତି। 

Advertisment

କୁଳପତି ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି, ସମ୍ପୃକ୍ତ ଏକ୍‌ଜାମିନର ଓ ତାଙ୍କ ଅଧ୍ୟକ୍ଷଙ୍କୁ ଡକା ଯାଇଛି। ଘଟଣାର ତଦନ୍ତ ହେବ। ତଦନ୍ତରେ ସମ୍ପୃକ୍ତି ଜଣାପଡ଼ିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ଏକ୍‌ଜାମିନରଙ୍କୁ ଆଉ କୌଣସି ପରୀକ୍ଷା କାର୍ଯ୍ୟରେ ସାମିଲ କରାଯିବନି। ବାକି ଥିବା ପରୀକ୍ଷା ଗୁଡ଼ିକ ଆଉ ପୂର୍ବ ପ୍ରସ୍ତୁତ ପ୍ରଶ୍ନପତ୍ରରେ ହେବ ନାହିଁ।

‘ସାନି ପ୍ରଶ୍ନପତ୍ର କରାଯିବ ଓ ପରୀକ୍ଷାର ଘଣ୍ଟାଏ ପୂର୍ବରୁ ଏହାକୁ ଇ-ମେଲରେ କଲେଜକୁ ପଠାଯିବ। କଲେଜରେ ପ୍ରିଣ୍ଟ୍‌ ଆଉଟ ବାହାରିବ। ପ୍ରିଣ୍ଟ୍‌ ଆଉଟ ବାହାର କରି ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ’ ବୋଲି କୁଳପତି ସଞ୍ଜୀବ ମିତ୍ତଲ କହିଛନ୍ତି।

Advertisment

ସୂଚନାଥାଉ କି, ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଜି ପୁଣି ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷା ବାତିଲ୍‌ କରାଯାଇଛି। 

Question Paper Leak Plus 3 Exam Sambalpur University Exams
Advertisment
Advertisment