• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର। ନୂଆପଡ଼ା ଜିଲ୍ଲା ଲଖ୍‌ନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସକାଳୁ ବିଲକୁ କାମ ପାଇଁ ଯାଇଥିବା ୩ ଜଣ ବ୍ୟକ୍ତିଙ୍କ ଭାଲୁ ଆକ୍ରମଣରେ ଜୀବନ ଯାଇଛି। 

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ୩ ଜଣଙ୍କୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ। ତେବେ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆଉ ୨ ଗୁରୁତର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଜଙ୍ଗଲରୁ କାଠ ଆଣିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।