/odishatv-khabar/media/post_attachments/uploadimage/library/16_9/16_9_0/s_1657886110.jpg)
Body Of Woman With Slit Throat Found Inside House In Cuttack
ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଓଡ଼ିଆ ବଜାରରେ ଆଜି ଅପରାହ୍ଣରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଓଡ଼ିଆ ବଜାର ସ୍ଥିତ ଏକ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
Advertisment
ଏନେଇ ମହିଳାଙ୍କ ସ୍ୱାମୀ ଖବର ଦେବା ପରେ ଲାଲବାଗ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଘରେ କେହି ନଥିବା ବେଳେ କୌଣସି ଦୁର୍ବୃତ୍ତ ହତ୍ୟା କରି ପଳାଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି, ‘ମୁଁ ଡ୍ୟୁଟିକୁ ଯାଇଥିଲି। ଘରକୁ ଖାଇବା ପାଇଁ ଆସିଥିଲି। ଏହି ସମୟରେ ଦେଖିଲି ରୁମ୍ ଭିତରେ ମୋ ସ୍ତ୍ରୀ ମରିକି ପଡ଼ିଛି। କିଏ ଓ କାହିଁକି ତାକୁ ହତ୍ୟା କଲା ସେ ସମ୍ପର୍କରେ ମୁଁ କିଛିବି ଜାଣିନି।’
Advertisment
ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଉଦ୍ଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)