/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657880009.jpg)
Elephant Chases
ଜଙ୍ଗଲ ପାଖ ବିଲରେ ଜଣେ ଚାଷୀଙ୍କୁ ଦୌଡଉଛି ବଣୁଆ ହାତୀ । ଆଉ ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ପଡ଼ିଉଠି ଦୌଡୁଛନ୍ତି ଚାଷୀ । ଟିକିଏ ଟିକିଏରେ ବଞ୍ଚିଗଲା ଚାଷୀର ଜୀବନ ।
ଚାଷୀଙ୍କୁ ଖେଦି ଆଣୁଛି ଦନ୍ତାହାତୀ । ହେଲେ ଭାଗ୍ୟ ସାଥ୍ ଦେବାରୁ ବୁଦ୍ଧି କରି ଖାଲୁଆ ବିଲକୁ ଦୌଡ଼ି ପଳାଇଲେ ଚାଷୀ ଜଣକ। ସେଥି ପାଇଁ ବଞ୍ଚିଗଲା ତାଙ୍କର ଜୀବନ। ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ପ୍ରତାପପୁର ଜଙ୍ଗଲରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ହେବ ସେହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ପ୍ରବଳ ମାତ୍ରାରେ ବଢିଛି । ବନକର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବରେ ହାତୀ ଘଉଡ଼ାଉ ଥିଲେ। ହେଲେ ସେହି ସମୟରେ ଜଣେ ଚାଷୀ ନିଜର ଚାଷ ଜମିକୁ ହାତୀ ଦାଉରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତାର ଅତି ନିକଟତର ହୋଇଯାଇଥିଲେ ।
ପରେ ଦନ୍ତାଟି ଚାଷୀଙ୍କୁ ଗୋଡ଼ାଇଥିବାବେଳେ ବ୍ୟକ୍ତି ଜଣକ ତଳେ ପଡିଯାଇଥିଲେ । ମରଣ ମୁହଁରୁ ଅଳ୍ପକେ ଚାଷୀଜଣକ ବର୍ତ୍ତି ଯାଇଥିଲେ । ଯାହାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ତେବେ ବନ୍ୟଜନ୍ତୁଙ୍କ ନିକଟତର କେବେ ହେଲେ ବି ହୁଅନ୍ତୁ ନାହିଁ। କାରଣ ଏହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ ।
ରିପୋର୍ଟର- ବିରଜା ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)