Advertisment

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ପୁଣି ଗୁଣ୍ଡାରାଜ୍: ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କିଏ ଏ ଆକ୍ରମଣକାରୀ ? କିଏ ଏମାନଙ୍କୁ ଏଭଳି ଅରାଜକତା ପାଇଁ ସାହାସ ଯୋଗୋଉଛି?

author-image
Chandan Shishu
Sarua Industrial Estate

Sarua Industrial Estate

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ପୁଣି ଗୁଣ୍ଡାରାଜ୍। ତରଙ୍ଗ ଷ୍ଟୁଡିଓ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ଫାଟିଯାଇଛି ହାତ, ଗୋଡ଼। ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁ ବାଘମାରୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳେ ତାଙ୍କ ଉପରେ ଏଭଳି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଲ୍ୟାଣ୍ଡ୍ ଅଫିସରଙ୍କୁ ଖୋଜିବା ବାହାନାରେ ତାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିବା ସହ ତାଙ୍କୁ ଉଠାଇ ନେବାକୁ ଧମକ ଦେଇଥିଲେ। ଏଥିରେ ହଲିମ୍ ପ୍ରତିବାଦ କରିବାରୁ ଗଣ୍ଡଗୋଳକାରୀ ଯୁବକ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଫୋନ୍ କରି ଡାକିଥିଲେ।

Advertisment

ଏହାପରେ ସମସ୍ତେ ଠେଙ୍ଗା ବାଡ଼ି ଓ ମାରଣାସ୍ତ୍ର ଧରି ପହଞ୍ଚି ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହଲିମ୍। ଅଭିଯୋଗ ପାଇବା ପରେ ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତ ହଲିମଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ପଠାଇଛନ୍ତି। ଅପରପକ୍ଷେ ଆକ୍ରମଣକାରୀମାନେ ମଧ୍ୟ ହଲିମ୍ ସେମାନଙ୍କୁ ଆକ୍ରମଣ କରିଥିବା ନେଇ ଏକ ପାଲଟା ଏଫଆଇଆର୍ କରିଛନ୍ତି।

ଏଠି ପ୍ରଶ୍ନ ଉଠୁଛି କିଏ ଏ ଆକ୍ରମଣକାରୀ ? ତରଙ୍ଗ ଭଳି ରାଜ୍ୟର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ୍‌ର ଷ୍ଟୁଡିଓରେ ପଶି ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣ ପଛର କାରଣ କଣ? କିଏ ଏମାନଙ୍କୁ ଏଭଳି ଅରାଜକତା ପାଇଁ ସାହାସ ଯୋଗୋଉଛି? କାହା ବଳରେ ଏ ଅସମାଜିକ ତତ୍ତ୍ୱ ମାନେ ଶିଳ୍ପାଞ୍ଚଳରେ ଆଇନଶୃଙ୍ଖଳାକୁ ହାତକୁ ନେଉଛନ୍ତି ? କେବଳ ଏଇ ଘଟଣା ନୁହେଁ, ପୂର୍ବରୁ ସ୍ଥାନୀୟ ଅସାମାଜିକ ତତ୍ତ୍ୱଙ୍କ ଦୌରାତ୍ମ୍ୟରୁ ସାରୁଅରେ ୧୨ରୁ ଅଧିକ ଶିଳ୍ପସଂସ୍ଥା ବନ୍ଦ ହୋଇଗଲାଣି। ସରକାର ପୁଞ୍ଜି ଆଣିବାକୁ ବାହାର ଦେଶକୁ ଯାଉଥିଲା ବେଳେ ସ୍ଥାନୀୟ ଶିଳ୍ପ ସଂସ୍ଥାକୁ ସୁରକ୍ଷା ଦେଇ ନପାରିବା କଣ ଦର୍ଶାଉଛି?

Advertisment
Taranga Tv Sarua Industrial Estate Security Officer
Advertisment
Advertisment