• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଡ୍ରାଇଭର ଅଜୟ ଜେଠୀଙ୍କ ମଧ୍ୟରେ କଣ ଥିଲା ସମ୍ପର୍କ ? ବିନା DLରେ କିପରି ଇନ୍ସପେକ୍ଟର ମାଡାମ୍‌ ଗାଡ଼ି ଚଲାଇବାକୁ ଦେଇଥିଲେ ? ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ।

ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସିଗ୍ଧାରାଣୀ ଓ ଅଜୟଙ୍କ ଭିତରେ ଖରାପ ସମ୍ପର୍କ ଥିଲା। ଉଭୟେ ଏକାଠି ରୁହନ୍ତି।  ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଥାନାରେ ଏତଲା ମଧ୍ୟ ଦେଇଥିଲେ। ହେଲେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।

ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସୋନପୁର-ବଲାଙ୍ଗିର ରାସ୍ତା ବଡ଼ବାହାଲି ନିକଟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ କାର୍ ଦୁର୍ଘଟଣା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗାଡ଼ି ଚଲାଉଥିବା ଡ୍ରାଇଭର୍ ଅଜୟ ଜେଠୀର DL ନଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଏହି ଅଭିଯୋଗ ନେଇ ସିଗ୍ଧାରାଣୀ ସୁନାଙ୍କ ପ୍ରତିକ୍ରିୟା ମିଳିପାରିନି।