/odishatv-khabar/media/post_attachments/uploadimage/library/16_9/16_9_0/Godavari_1657941200.jpg)
Godavari
ପ୍ରବଳ ବର୍ଷାରେ ଫୁଲିଛି ଆନ୍ଧ୍ରପ୍ରଦେଶରେ ପ୍ରବାହିତ ଗୋଦାବରୀ । ଏହାର ପ୍ରଭାବରେ ଜଳମଗ୍ନ ହୋଇଛି ମାଲକାନଗିରି ମୋଟୁ ଅଞ୍ଚଳ । ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ପୁରା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଣିରେ ବୁଡି ରହିଛି ୩୨୬ ନମ୍ବର ଜାତୀୟ ରାଜପଥ । ଫଳରେ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯାତାୟତ ବନ୍ଦ ରହିଛି ।
ମାଲକାନଗିରିରେ ପ୍ରବାହିତ ସିଲେରୁ ଓ ସାବେରୀ ନଦୀ ଫୁଲିବା ଯୋଗୁଁ ଗାଁ ଭିତରେ ପଶିଛି ପାଣି । ୪ ଦିନ ଧରି ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୋଟୁ ରାସ୍ତା ପାଣିରେ ବୁଡି ରହିବା ଯୋଗୁଁ ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେପଟେ ତେଲେଙ୍ଗାନାର ଭଦ୍ରାଚଳମ୍ରେ ଉଗ୍ର ରୂପ ନେଇଛି ଗୋଦାବରୀ । ପୋଲ ଉପରେ ଯାତାୟତକୁ ବନ୍ଦ କରାଯାଇଛି । ପ୍ରାୟ ୨ ହଜାର ପରିବାରକୁ ସୁରକ୍ଷିତ ଜାଗାକୁ ନିଆଯାଇଛି ।
ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ଭୋରରୁ ହିଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଛି । ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ଦ୍ୱାରା ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିପାରେ । ଉପକୂଳ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଛି ।
କଟକ, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ରାଜ୍ୟର ୧୭ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜୁଲାଇ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୫୫ ପ୍ରତିଶତ ଅଧିକା ବର୍ଷା ହୋଇଛି । ୨୫ ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)