• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍ ରେଟ୍ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପୂର୍ବ ଲହର ଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । 

ସେ ଆହୁରି କହିଛନ୍ତି ଯେ, ହସ୍ପିଟାଲାଇଜେସନ ରେଟ୍ ଏତେ ଉଦବେଗଜନକ ନୁହେଁ । ସମୁଦାୟ ପଜିଟିଭ କେସରୁ 1.1% ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ତେଣୁ ହସ୍ପିଟାଲାଇଜେସନ ପାଇଁ ପର୍ଯ୍ୟାପ୍ତ ବେଡ଼ ଅଛି । ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମସ୍ତଙ୍କୁ କୁହାଯାଇଛି, ଯେତେବେଳେ ଦରକାର ପଡ଼ିବ ବ୍ୟବସ୍ଥାକୁ ବଢ଼ାଯିବ। ତେବେ ସରକାର ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ରାଜ୍ୟରେ ପଜିଟିଭିଟି ହାର ବୃଦ୍ଧିକୁ ଦେଖି ସରକାର ସ୍କୁଲ କଲେଜ ବନ୍ଦ ନିଷ୍ପତ୍ତି ନେବେ ।  ଯେ ପର୍ଯ୍ୟନ୍ତ ସେଭଳି ପରିସ୍ଥିତି ନଉପୁଜିଛି ସବୁ ବନ୍ଦ କରିଦେବାଟା ଠିକ୍ ହେବ ନାହିଁ। ଏ ବିଷୟରେ ରାଜ୍ୟ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେବେ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।

ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ । ଯେତେବେଳେ ପାଣ୍ଡେମିକ ବଢେ, କିଛି ଦିନ ବଢ଼ିଲା ପରେ ସ୍ଥିରତା ଆସେ ଏବଂ ତାପରେ ହ୍ରାସ ପାଏ । ବର୍ତ୍ତମାନ ଆମେ ସଂକ୍ରମଣର ଉର୍ଦ୍ଧ୍ୱ ମୁହାଁ ସ୍ଥିତିରେ ଅଛନ୍ତି । ଏବେ କହି ହେବନାହିଁ, ଏହାର ସ୍ଥିରତା କେବେ ଆସିବ । 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସକୁ ଆହୁରି ଜୋରଦାର କରାଯିବ । ପର୍ଯ୍ୟାପ୍ତ ପରିମାଣ ଔଷଧ ଅଛି । ଏହାସହ ଆଜି ଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ପ୍ରିକସନ ଡୋଜର ଟୀକାକରଣ ଆରମ୍ଭ ହୋଇଛି । ସବୁ ଦିନର ପରିସଂଖ୍ୟାନକୁ ଅନୁଧ୍ୟାନ କରି ସରକାର ନିଷ୍ପତି ନେଉଛନ୍ତି ।  ସ୍କୁଲ, ଭିଡ଼ ହେଉଥିବା ଜାଗା ଉପରେ ଫୋକସ୍ ଦିଆଯିବ । ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ । ଏବେ ଘରେ ଘରେ ଥଣ୍ଡା ଜ୍ଵର ଦେଖିବାକୁ ମିଳୁଛି । ତେଣୁ ଲକ୍ଷଣ ଆସିଲେ, ତୁରନ୍ତ ଟେଷ୍ଟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।