• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ସୁନା ଦର ବଢିବା ସହ ବଢ଼ି ଚାଲିଛି ଠକାମୀ । ଓଜନରେ ଠକେଇ କରିବା ସହ ନକଲି ହଲମାର୍କ ସୁନା ବିକୁଛନ୍ତି ଠକ । ବିଧାନସଭାରୁ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ । ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୯ ରୁ ଆଜିଯାଏଁ ଓଜନ ମାପରେ ଠକେଇ କରି ଧରା ପଡିଛନ୍ତି ୪୦ ଜଣ ବ୍ୟବସାୟୀ ।  ଏହି ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ୫ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଆଦାୟ ହୋଇଛି  ।

୨୦୧୯-୨୦ରେ ସର୍ବାଧିକ ୧୬ ଜଣ ବ୍ୟବସାୟୀଙ୍କୁ ରେଡ୍ କରି ଧରାଯାଇଛି । ସେମାନଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଟଙ୍କା ଆଦାୟ ହୋଇଛି । ସେହିପରି ୨୦୨୩-୨୪ ରେ ୬ ଜଣ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଏଭଳି ତଥ୍ୟ ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି ।

ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

ଅନ୍ୟପଟେ ବିବାହ ଋତୁରେ ଆକାଶ ଛୁଆଁ ହୋଇଛି ସୁନା ଦର । କେବଳ ଫେବ୍ରୁଆରୀ ପହିଲାରୁ ଆଜି ଭିତରେ ୩ ହଜାର ୫୫୦ ଟଙ୍କା ମହଙ୍ଗା ହେଲାଣି ୨୪ କ୍ୟାରେଟ୍ ସୁନା । ବ୍ୟବସାୟୀ କେବଳ ଓଜନ ମାପରେ ବ୍ୟବସାୟୀ ଠକେଇ କରିବା ସହ ନକଲି ହଲମାର୍କ ସୁନା ମଧ୍ୟ ବିକ୍ରି କରିଛନ୍ତି । ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିଥିବା ବେଳେ ସେଥିରୁ ୭ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

 ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୮ ହଜାର ୪୦ ଟଙ୍କା ରହିଛି । ଯାହାକି ଚଳିତ ମାସ ୧ ତାରିଖରେ ୮୪ ହଜାର ୪୯୦ ଟଙ୍କା ଥିଲା । ଅର୍ଥାତ ସୁନା ୨୦ ଦିନ ଭିତରେ ୩ ହଜାର ୫୫୦ ଟଙ୍କା ମହଙ୍ଗା ହୋଇଛି । ସେହିପରି ସୁନା ୨୨ କ୍ୟାରେଟ୍ ୧୦ ଗ୍ରାମର ମୂଲ୍ୟ ଆଜି ୮୦ ହଜାର ୭୦୦ ଟଙ୍କା ରହିଛି । ଅପରପକ୍ଷେ ବିବାହ ସିଜିନରେ ମହଙ୍ଗା ସୁନାକୁ ନେଇ ବଢିଛି ଗ୍ରାହକଙ୍କ ଟେନସନ୍ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଥିବାରୁ ସୁନା ଆମଦାନୀ କ୍ଷେତ୍ରରେ ଭାରତକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି । ସେଥିପାଇଁ ସୁନା ଦର ବଢି ଚାଲିଛି ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ : ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

 

OTV is now on Whatsapp

Join and get latest news update delivered to you via whatsapp

Join Now