Advertisment

ମାରିକି ମାଟି ତଳେ ପୋତି ଦେଲେ, ଧରାପଡ଼ିବା ପରେ...

ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

author-image
Rajalaxmi Sahoo
Elderly Man Killed In Ganjam

Elderly Man Killed In Ganjam

ମାଟିତଳୁ ମିଳିଲା ମୃତଦେହ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ଅନ୍ତର୍ଗତ ବନ୍ଧାଗୁଡା ଗାଁର ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ତ୍ରିନାଥ ପାତ୍ର।ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟା ହୋଇଥିବା ବୃଦ୍ଧଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। 

Advertisment

ସୂଚନା ଅନୁସାରେ, ୩ ଦିନ ପୂର୍ବେ ତ୍ରିନାଥଙ୍କୁ ଗୁଣି ସନ୍ଦେହରେ ୮ଜଣ ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।  ଏହାପରେ ସେ ନିଖୋଜ ହୋଇଯାଇଥିଲେ। ସନ୍ଦେହରେ ଶେରଗଡ଼ ପୋଲିସ ଜଣେ ସନ୍ଦିଗ୍ଧକୁ ଥାନାକୁ ଆଣି ପଚରାଉଚରା କରିଥିଲା।

ଅଭିଯୁକ୍ତ ଜଣକ ସତ ମାନିବା ସହ ତ୍ରିନାଥଙ୍କ ଶବକୁ ଯେଉଁଠାରେ ପୋତିଥିଲେ ସେଠାକୁ ନେଇଥିଲା। ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୭ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡରେ ଜଡ଼ିତ ସମସ୍ତ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି। 

Advertisment

ସୂଚନାଥାଉ କି, ମୃତ ତ୍ରିନାଥଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ଝିଅର ବାହାଘର ହୋଇ ସାରିଥିବା ବେଳେ ପୁଅ ମାନସିକ ଅନଗ୍ରସର ଏବଂ ସ୍ତ୍ରୀର ଦେହାନ୍ତ ହୋଇଛି। ବହୁଦିନ ହେଲା ତ୍ରିନାଥ ମାଗିଯାଚି ପେଟ ପୋଷୁଥିଲେ।

Murder
Advertisment
Advertisment