Advertisment

ସରକାର ନଦେଖିଲେ ସବୁ ଧ୍ୱଂସ ହୋଇଯିବ !

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି

author-image
Sarbeswar
ଅଦ୍ୟତନ ହୋଇଛି
Utkal Gourav Madhusudan Das Native Place Satyabhama Pur

MadhuBabu

ଜାତୀୟ ଇତିହାସର ଅନନ୍ୟ ବ୍ୟକ୍ତିତ୍ୱ। ଓଡ଼ିଶାର ପ୍ରଥମ ବାରିଷ୍ଟର , ପ୍ରଥମ ବିଦେଶ ଯାତ୍ରୀ , ପ୍ରଗାଢ ପ୍ରାଜ୍ଞ, ସ୍ୱତନ୍ତ୍ର ଉତ୍କଳ ପଦେଶ ଗଠନର ଜଣେ ଅଗ୍ରଜ ଅଗ୍ରଗଣ୍ୟ, ଓକିଲାତିଠାରୁ ରାଜନୀତି ଓ ସ୍ୱାବଲମ୍ବ ଓଡ଼ିଶା ଗଠନ ତଥା ବ୍ୟବସାୟର କଳେବର ବୃଦ୍ଧି । ଏଭଳି କିଛି ବିବିଧ ବ୍ୟକ୍ତିତ୍ୱର ସେ ଥିଲେ ଅଧିକାରୀ। ତାଙ୍କ ନାମରେ ଅନେକ ଯୋଜନା, ନାନା ଅନୁଷ୍ଠାନ। ସେ ହେଉଛନ୍ତି ଉତ୍କଳ ଗୌରବ ମଧୂସୁଦନ ଦାସ । ଯାହାଙ୍କ ନାଁ ପ୍ରତିଟି ଓଡ଼ିଆ ଗର୍ବର ସହ ଉଚ୍ଚାରଣ କରେ। ହେଲେ ସେ ନିର୍ମାଣ କରିଥିବା ଅନେକ ଜିନିଷ ଏବେ ଅବହେଳିତ। ଏବେ ଯଦି ସରକାର ଦୃଷ୍ଟି ନଦିଅନ୍ତି ତେବେ ତାହା ଆଗାମୀ ଦିନରେ ଧ୍ୱଂସ ନିଶ୍ଚୟ ହୋଇଯିବ।

Advertisment

ଅଧିକ ପଢ଼ନ୍ତୁ: ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି ।ସମସ୍ତେ ଏଠିକୁ ଆସନ୍ତି। ଆଉ ଏସବୁ ଦର୍ଶନ କରି ଫେରିଯାନ୍ତି। ହେଲେ ଏହି ପୀଠକୁ ଲାଗି ଏବେବି ମଧୁବାବୁଙ୍କ ବାବର୍ଚ୍ଚିଖାନା ବା ରୋଷେଇ ଘର ଓ ମଧୁ କୋଠି ଅବହେଳିତ ଅବସ୍ଥାରେ ପଡିରହିଛି। ଏଥିପ୍ରତି କାହାର ନିଘାନାହିଁ କି କେହି ଏଠାକୁ ଅସନ୍ତିନି। ସମୟ ଥିଲା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ଏଠିକୁ ଆସିଛନ୍ତି। କୋଠିରେ ରାଜ୍ୟ ସ୍ୱାର୍ଥ ପାଇଁ ଅନେକ ଆଲୋଚନା ହେଇଛି। ଅନେକ ନିଷ୍ପତ୍ତି ନିଆଯାଇଛି। ହେଲେ ଏବେ କିନ୍ତୁ ଏହାର ରକ୍ଷଣାବେକ୍ଷଣର ନିଷ୍ପତ୍ତି ସରକାର ନେଇ ପାରୁନାହାନ୍ତି।

ରୋଷଘରର କବାଟ ସବୁ ଉଇ ଖାଇଗଲାଣି। ଝରକା ବାଟେ ଅନାବନା ଗଛ ମାଡି ଆସିଲାଣି। ଆଉ ଛାତକୁ ଦେଖିଲେ ସୂର୍ଯ୍ୟ ଦେଖାଯାଉଛନ୍ତି। ଅଳିଆ ଅଳନ୍ଧୁଙ୍କ କବଳରେ ଏବେ ଓଡ଼ିଆ ଜାତିର ଅମ୍ଳାନ ସ୍ମୃତି ଅପେକ୍ଷା କରିଛି ତାର ଶେଷ ନିଶ୍ୱାସକୁ। ଠିକ ସେହିପରି ହାଲତ ମଧୁ କୋଠିର।ହେଲେ ପୁଣିଥରେ ସ୍ଥାନୀୟ ଲୋକେ ବିଶ୍ୱାସ ରଖିଛନ୍ତି ସରକାରଙ୍କ ଇପରେ।ସେ ଚାହିଁଲେ ହିଁ ଆମ ଓଡ଼ିଆ ଜାତିର ଏହି ଜାତୀୟ ସ୍ମୃତି ସୌଧଟି ପୁଣି ଥରେ ପ୍ରତିଟି ଓଡ଼ିଆକୁ ପ୍ରେରଣା ଦେବ।

Advertisment

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)

Madhusudan Das
Advertisment
Advertisment