• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାରା ବାହିନୀପତି । ଓଡ଼ିଶା ଜନମାନସରେ ଏକ ଜଣାଶୁଣା ନାଁ । ପାଖ ଲୋକେ ତାଙ୍କୁ ଭାଲୁ ଭାଇନା ଡାକନ୍ତି । ସବୁବେଳେ ବିନ୍ଦାସ ମିଜାଜ । କଂଗ୍ରେସ ଦଳରେ ଥାଇ ରାଜନୀତି କରୁଥିଲେ ବି ସବୁ ଦଳର ଲୋକେ ତାଙ୍କୁ ଭଲ ପାଆନ୍ତି । ବିରୋଧୀଙ୍କୁ ତଥା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରି ସେ ଯେତିକି ଚର୍ଚ୍ଚାରେ ଥାନ୍ତି ସେତିକି ତାଙ୍କ ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚିତ । ସର୍ଟ କୁର୍ତ୍ତା ସାଙ୍ଗକୁ ଆଖିରେ ସବୁବେଳେ କଳା ଚଷମା, ତାଙ୍କ ବ୍ୟକ୍ତିତ୍ୱକୁ ଖୁବ୍‌ ମ୍ୟାଚ୍‌ କରେ । ଆଉ ଚଷମା ଆଖିରେ ଯେତିକି ସମୟ ରହେ ସେତିକି ସମୟ ମୁଣ୍ଡରେ ବି ଥାଏ ।

Tara Bahinipati(Tara Bahinipati)

କଂଗ୍ରେରେ ଥାଇ ବି କଂଗ୍ରେସର ଭୁଲ ବାଛିବାରେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତିକି ତାଙ୍କର ଏହି ଆଚରଣ ପାଇଁ ଦଳ ତାଙ୍କୁ ଅନେକ ଥର ବାରଣ କରିବା ସହ ସୋ-କଜ୍ ନୋଟିସ ମଧ୍ୟ କରିଥିବା ନଜିର ରହିଛି । ହେଲେ ନଛୋଡ଼ ବନ୍ଧା ତାରା ଏସବୁକୁ ଖାତିର କରନ୍ତି ନାହିଁ । ଜନତା ଜିସ୍‌କେ ସାଥ୍ ହେ ୱ ସବ୍‌ସେ ତାକତ୍‌ୱର ହେ ନ୍ୟାୟରେ ସେ ରାଜନୀତି କରନ୍ତି । ନିକଟରେ ତାଙ୍କର ଏକ ଡାଇଲଗ ଖୁବ୍‌ ଭାଇରାଲ ହୋଇଥିଲା, ତାହା ହେଲା ‘ସେର୍‌ ଭୁକା ମରଯାଏଗା, ଲେକିନ୍‌ ଘାସ ନେହିଁ ଖାଏଗା’ । ଏହି ଡାଇଲଗ୍‌ ସେ ସେତେବେଳେ ମାରିଥିଲେ ଯେତେବେଳେ ସେ ନବୀନ ପଟ୍ଟନାୟକଙ୍କୁ ଖୁବ୍‌ ପ୍ରଶଂସା କରି ବିବାଦ ଭିତରକୁ ଟାଣି ହୋଇଥିଲେ । 

Tara Bahinipati(Tara Bahinipati)

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ଭାଲେଣ୍ଟାଇନ୍ ଡେ’; ଜାଣନ୍ତୁ ଏହାର ଇତିହାସ

ଆପଣ ଭାବୁଥିବେ ଆଜି ଭାଲେଣ୍ଟାଇନ୍‌ ଡେ’ରେ ହଠାତ୍‌ ତାଙ୍କ କଥା କାହିଁକି ଆମେ କହୁଛୁ ? ତେବେ କଥାଟା ହେଲା, ତାରା ସବୁବେଳେ ତାଙ୍କ ପତ୍ନୀଙ୍କୁ ନିର୍ବାଚନ ବେଳେ ଷ୍ଟାର କ୍ୟାମ୍ପନର ଆଖ୍ୟା ଦେଇଥାନ୍ତି । ଆଉ ସବୁବେଳେ ଗର୍ଲଫ୍ରେଣ୍ଡ ଭଳି ଟ୍ରିଟ୍‌ କରିଥାନ୍ତି । ତେବେ ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସରେ ସେ କେମିତି ବା ଚୁପ୍‌ ବସିଥାନ୍ତେ । ସେ ନିଜ ଷ୍ଟାଇଲ୍‌ରେ ପତ୍ନୀ ମିନାକ୍ଷୀଙ୍କୁ ଭାଲେଣ୍ଟାଇନ୍‌ ଶୁଭେଚ୍ଛା ଜଣାଇଛନ୍ତି । ଏକ ଫଟୋ ସେୟାର କରିବା ସହ ପତ୍ନୀଙ୍କ ପାଇଁ ଏକ ସୁନ୍ଦର ଟ୍ୱିଟ୍ ମଧ୍ୟ କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜ ଟ୍ୱିଟ୍‌ରେ ପତ୍ନୀଙ୍କୁ ଖୁବ୍‌ ପ୍ରଶଂସା କରିବା ସହ ପତ୍ନୀଙ୍କ ବିନା ଜୀବନ ଅନ୍ଧକାରମୟ ବୋଲି କହିଛନ୍ତି । ଏହି ଅବସରରେ ସେ ତାଙ୍କ ପତ୍ନୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।