Advertisment

ଖୁସିର ମୁହୂର୍ତ୍ତରେ ଖେଳିଗଲା ଦୁଃଖର ଛାୟା: କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ

କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ganjam Road Accident

3 Dead After Being Hit By SUV In Ganjam

କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ସ୍ୱପ୍ନା ରେଡ୍ଡୀ(୨୨), ସଞ୍ଜୁ ରେଡ୍ଡୀ(୨୩), ଭାରତୀ ରେଡ୍ଡୀ(୧୨)। 

Advertisment

ସୂଚନା ଅନୁସାରେ, ଗତକାଲି ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା। ବରଯାତ୍ରୀ ଧରି ବରପକ୍ଷ କନ୍ୟାଘରେ ପହଞ୍ଚିବା କ୍ଷଣି ଏହି ଦୁଃଖଦ ଘଟଣା ଘଟିଥିଲା। କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ସ୍କର୍ପିଓ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। 

ଘଟଣା ପରେ  ସ୍କର୍ପିଓ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଆହତଙ୍କୁ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment
Road Accident Accident
Advertisment
Advertisment