Advertisment

ବିବାହର ୩ ଦିନ ପରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ

ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ହେଲେ ୭ ଦିନ ବି ଏକାଠି ରହିପାରିଲେନି। ବିବାହର ୩ ଦିନ ପରେ ସଡ଼କ ଦୁର୍ଘଟଣାରେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Couple, Married 3 Days Back, Killed In Road Accident In Odisha

Couple, married 3 days back, killed in road accident in Odisha

ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ପରସ୍ପରକୁ କଥା ଦେଇଥିଲେ, ହେଲେ ୭ ଦିନ ବି ଏକାଠି ରହିପାରିଲେନି। ଅନେକ ସ୍ୱପ୍ନ ବି ଦେଖିଥିଲେ। ହେଲେ ନା ସ୍ୱପ୍ନ ପୂରଣ ହୋଇପାରିଲା ନା ଏକାଠି ରହିପାରିଲେ। ବିବାହର ୩ ଦିନ ପରେ ସଡ଼କ ଦୁର୍ଘଟଣାରେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନା ସମ୍ମୁଖରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ସହ ବାଇକ୍‌ ପିଟି ହୋଇ ଯିବାରୁ ନବ ଦମ୍ପତିଙ୍କ ଜୀବନ ଚାଲି ଯାଇଛି। ମୃତ ଦମ୍ପତ୍ତି ହେଲେ ବ୍ରହ୍ମପୁରର ସିଏଚ୍‌.ପ୍ରନେତା ଓ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ଜି.ବେଣୁ। 

Advertisment

ସୂଚନା ଅନୁସାରେ, ଗତ ୧୦ ତାରିଖରେ ପ୍ରନେତା ଓ ବେଣୁଙ୍କ ବିବାହ ହୋଇଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ବିବାହର ମାତ୍ର ତିନି ଦିନ ପରେ ନବ ଦମ୍ପତି ବାଇକ୍‌ରେ ଗତକାଲି ବ୍ରହ୍ମପୁର ଆସୁଥିଲେ। ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ଏକ ବୁଲାଣିରେ ଅପରପାର୍ଶ୍ୱରୁ ଆସୁଥିବା ଏକ ଟ୍ରାକ୍ଟର ସହ ବେଣୁଙ୍କ ବାଇକ୍ ଧକ୍କା ହୋଇଥିଲା। ଫଳରେ ପ୍ରନେତା ଓ ବେଣୁ ଗୁରୁତର ହୋଇଥିଲେ। 

ଗୁରୁତର ଅବସ୍ଥାରେ ନବଦମ୍ପତିଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି। ଗୋଳନ୍ଥରା ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Accident
Advertisment
Advertisment