• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବା ସହ ଧାରଣା ଦେଇଛି । ଏହି ପ୍ରସଙ୍ଗରେ ଆଜିଠୁ ୩ ଦିନିଆ ହରତାଳ କରିବାକୁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି । ଆଜି ରାଜଧାନୀ ଭୁବନେଶ୍ୱର ରେ ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀ ଏକାଠି ହୋଇ ନାରାବାଜି ସହ ଧାରଣା ଦେଇଥିଲେ ।

ରାଜଧାନୀର ଏଜି, ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି ଓ ସମାନ୍ତରାପୁର ଛକରେ ବିଜେପି କର୍ମୀ ଓ ନେତାମାନେ ପ୍ରତିବାଦ କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ପ୍ରବଳ ସମାଲୋଚନା କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ମଧ୍ୟ ଦଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ସରକାରର ଇସ୍ତଫା ଦାବି କରିଛି । ବିଜେପି ପକ୍ଷରୁ ଆଜି କେବଳ ରାଜଧାନୀରେ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଆଫିସ ଆଗରେ ଆନ୍ଦୋଳନ କରାଯିବ । ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ଦଳ।

ସେପଟେ ବିଜେପିର କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡି ବି ଜୋରଦାର ଆନ୍ଦୋଳନ କରିଛି । କେନ୍ଦ୍ର ସରକାର ୫ କିଲୋ ମାଗଣା ଚାଉଳ କାଟିବା, ଧାନ କ୍ରୟ କ୍ଷେତ୍ରରେ କେନ୍ଦ୍ର ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ଦଳ ।

ଏ ପ୍ରସଙ୍ଗରେ ଆଜିଠୁ ୩ ଦିନିଆ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଦଳ। ଏଥିରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ବିଧାୟକ ଓ ଭୁବନେଶ୍ବର ମେୟର ସାମିଲ ହୋଇଛନ୍ତି ।

ଆଜି ରାଜଭବନ ଆଗରେ ଧାରଣା ପରେ ଆସନ୍ତାକାଲି ପଂଚାୟତ ଅଫିସ୍ ଓ ୧୬ରେ ବ୍ଲକ, ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳ ।