/odishatv-khabar/media/post_attachments/uploadimage/library/16_9/16_9_0/Vani_Vihar_1676302237.jpg)
Vani Vihar
ଯାହା କେବେ ହୋଇ ନଥିଲା ତାହା ହେଲା । ବାଣୀବିହାରରେ ସେମିନାର ଚାଲିଥିବା ବେଳେ ଗଣ୍ଡଗୋଳ, ହୋହଲ୍ଲା, ଆକ୍ରମଣ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଗତକାଲିର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସିଟିଜେନ୍ ଫୋରମ୍ ବ୍ୟାନରରେ- ସମ୍ବିଧାନ ଓ ଶିକ୍ଷା ନାଁରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ଜେଏନୟୁର ପ୍ରଫେସର ସୁରଜିତ ମଜୁମଦାର । ଆଉ ମଜୁମଦାର ବକ୍ତବ୍ୟ ରଖୁଥିଲା ବେଳେ କିଛି ପୂରାତନ ଛାତ୍ର ତାଙ୍କର ବିରୋଧ କରିଥିଲେ । ସୁରଜିତ ମଜୁମଦାର ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସେମିନାର ବନ୍ଦ କରିବାକୁ ଦାବି କଲେ । ଆୟୋଜକ ମାନେ ସେମାନଙ୍କୁ ଘଉଡ଼ାଇଥିଲେ । ପରେ ସେହି ପୂରାତନ ଛାତ୍ରମାନେ ସଂଘବଦ୍ଧ ଭାବେ ଆସି ସେମିନାର ଆୟୋଜକଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରିଥିଲା ସିଟିଜେନ ଫୋରମ୍ ।
ଯାହାକୁ ନେଇ ଅଶାନ୍ତ ହୋଇ ପଡ଼ିଥିଲା କ୍ୟାଂପସ । ଏବିଭିପି ପକ୍ଷରୁ ଧାରଣା ଦିଆଯାଇଥିଲା । ଦୋଷୀଙ୍କୁ ଗିରଫ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ବାମପନ୍ଥୀ ଛାତ୍ର ସଂଗଠନ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି ବାଣୀବିହାରକୁ ଜେଏନୟୁ ଭଳି ଅଶାନ୍ତ କରାଯିବାର ଉଦ୍ୟମ ଚାଲିଛି । ଚଂଚକତା କରି ବାଣୀବିହାର PG କାଉନସିଲ ସେମିନାର ହଲକୁ ଗୋଟିଏ ଅଣ ପଞ୍ଜିକୃତ ଭୂତ ଶିକ୍ଷାନୁଷ୍ଠାନ ନାଁରେ ବୁକିଂ କରାଯିବା ଏବଂ ସେମିନାରରେ ଦେଶ ବିରୋଧୀ ବୟାନ ଦିଆଯିବା ଉଦ୍ଦେଶ୍ୟକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି ଏବିଭିପି ।
ଘଟଣା ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଦୁଇଟି ମାମଲା ପରେ ପୋଲିସ ପ୍ରଫେସରଙ୍କୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ମାନସ ସାହୁ ଓ ସଂଜୟ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତ ପଠାଯାଇଛି । ସେପଟେ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ବି ଆରମ୍ଭ ହୋଇଛି ତନାଘନା । ଏନେଇ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମଟି ବୈଠକ ବସିଥିଲେ ବି ବୈଠକର ନିଷ୍ପତ୍ତି ସଂପର୍କରେ କିଛି ସୂଚନା ମିଳିନି । ତେବେ ଶୃଙ୍ଖଳା କମିଟିର ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରାଯିବ, ଦରକାର ପଡ଼ିଲେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯିବ ବୋଲି ଭିସି କହିଛନ୍ତି । ହେଲେ ଜେଏନୟୁରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ସେନେଇ ମୁଁ କିଛି ଜାଣିନି ବୋଲି କହିଛନ୍ତି କୁଳପତି ।
JNU ପ୍ରଫେସର୍ ସୁରଜିତ ମଜମୁଦାର ବାମପନ୍ଥି ଚିନ୍ତାଧାରାର ବ୍ୟକ୍ତି । ଖୋଲା ଖୋଲି ବାମପନ୍ଥି ନ କହିଲେ ମଧ୍ୟ ଅନେକ ଦେଶ ବିରୋଧୀ ଓ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଇଥିବା ତାଙ୍କ ନାମରେ ପୂର୍ବରୁ ଅଭିଯୋଗ ଅଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)