• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛିନ୍ତି ଯେ, ‘ସାଧାରଣ ଲୋକଟିଏର କିଛି ଅସୁବିଧା ହେଲେ ସେ କାହାକୁ କହିବ । ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ । ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୀୟ ମହଲା ବୁଝୁଛି । ତୃତୀୟ ମହଲା ହେଉଛି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ, ସେଠିକୁ ସାମ୍ବାଦିକମାନଙ୍କୁ ବି ମନା । ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’

ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ବିଜୟ କହିଛନ୍ତି ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ। ଓଡ଼ିଶା ର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି । ଛୋଟ ଛୋଟ ଠିକା କାମ ବି ବାହାର ଲୋକଙ୍କୁ ଦିଆଯାଉଛି । ଓଡ଼ିଶାରେ ନିଯୁକ୍ତି ର ଘୋର ଅଭାବ, ବେରୋଜଗାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି । ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି । କେତେ ଲୋକ ଦାଦନ ଯାଇଛନ୍ତି, ସରକାରଙ୍କ ପାଖରେ ତଥ୍ୟ ଅଛି କି ବୋଲି ପଚାରିଛନ୍ତି ବିଜୟ ପଟ୍ଟନାୟକ ।

ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି । 5T ଏକ ସ୍ଲୋଗାନ ବୋଲି କହିଲେ ବିଜୟ ପଟ୍ଟନାୟକ । ସବୁ ବିଭାଗର ସଚିବ ଅଛନ୍ତି, ପୁଣି 5T କାହିଁକି ଆବଶ୍ୟକ ପଡ଼ିଲା । ଯଦି ସବୁ ବିଭାଗ ଠିକ କାମ କରୁଛନ୍ତି, ଏ 5T କଣ କରିବ । 5T ରେ ସ୍ୱଚ୍ଛତା କଥା କୁହାଯାଉଛି, କିନ୍ତୁ ସତରେ ସ୍ୱଚ୍ଛତା ଅଛି କି ବୋଲି ପଚାରିଛନ୍ତି ବିଜୟ । ଯେମିତି ଶାସନ ଚାଲିଛି ସବୁ ଅମଲାଙ୍କ ଭିତରେ ପ୍ରବଳ କ୍ଷୋଭ ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଅଧିକ ପଢ଼ନ୍ତୁ: 5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ