Advertisment

ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ

ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍‌ ଧକ୍କା ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bike Catches Fire After Mishap At Cuttack

Two youth charred to death as bike catches fire after mishap

ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ଗତକାଲି ବିଳମ୍ବିତ ରାତିରେ କଟକ-ପାରାଦୀପ ରାସ୍ତା କନ୍ଦରପୁର ଟୋଲ୍‌ ଗେଟ୍ ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍‌ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଉଭୟ ମୃତକ ତିର୍ତ୍ତୋଲ ଅଞ୍ଚଳର।

Advertisment

ସୂଚନା ଅନୁସାରେ, ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଦୁଇ ଯୁବକ ବାଇକ୍‌ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ସେମାନଙ୍କର ବାଇକ୍‌ ଧକ୍କା ହୋଇଥିଲା। ଏହାପରେ ବାଇକ୍‌ରେ ନିଆଁ ଲାଗି ଯିବାରୁ ଯୁବକ ଦ୍ୱୟ ପୋଡ଼ି ହୋଇଯାଇଥିଲେ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଓ କଂକ୍ରିଟ ମିକ୍ସର ମେସିନକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
Road Accident Accident SCB Medical
Advertisment
Advertisment