• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁ ବିଜେଡି ସରକାରରେ ଦିନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେହି ବିଜୟ ପଟ୍ଟନାୟକ ଏବେ ସରକାରଙ୍କ ବିରୋଧରେ ଶାଣିତ କରିଛନ୍ତି ସ୍ୱର । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବିଜୟ ପଟ୍ଟନାୟକ ଆଜି ଭୁବନେଶ୍ୱର ରେ ପହଞ୍ଚିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଥାର୍ଡ ଫ୍ଲୋର୍ ଉପରେ ବର୍ଷିଥିଲେ ବିଜୟ । ରାଜ୍ୟରେ ଚାଲିଥିବା ଅମଲା ଶାସନର ଗୁମର ଖୋଲି ସେ କହିଛନ୍ତି, ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀ ପୂର୍ବଭଳି କାମ କରୁନଥିବା କଥାକୁ ପୁଣି ଦୋହରାଇଥିଲେ ।

ସେହିପରି ଲୋକ ସେବା ଭବନ ଓ ତୃତୀୟ ମହଲା ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ପର୍ଯ୍ୟନ୍ତ କାହିଁକି ଅପହଞ୍ଚ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଓଡିଶା ଭିତରେ ଅଣଓଡିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ବେଳେ ରାଜ୍ୟର ଠିକାଦାର କାମ ପାଉନାହାଁନ୍ତି। ନିଯୁକ୍ତି ସୁଯୋଗ ନଥିବାରୁ ଦାଦନଙ୍କ ସଂଖ୍ୟା ବଢୁଛି । ଖାଲି ସେତିକି ନୁହେଁ 5T ବିଭାଗକୁ କଡ଼ା ସମାଲୋଚନା କରି ବିଜୟ କହିଛନ୍ତି, ଯଦି ସବୁ ବିଭାଗ ସଠିକ୍ ଭାବେ କାମ କରୁଥାନ୍ତେ, ତାହାଲେ 5Tର ଆବଶ୍ୟକତା କଣ ।

ଅଧିକ ପଢ଼ନ୍ତୁ: ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

୨୦୨୪ରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ତାଙ୍କୁ ମୋଟର ସାଇକେଲ ରାଲିରେ ସ୍ୱାଗତ କରି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ତେବେ ବିଜେଡି ସରକାରରେ ପାୱାରଫୁଲ୍ ଅଫିସର ଥିବା ବିଜୟଙ୍କ ପୋଲ୍ ଖୋଲ୍ ଫର୍ମୁଲା ବିଜେଡି ଉପରେ କି ପ୍ରଭାବ ପକାଇବ ? ପାୱାର କରିଡରରେ ତାଙ୍କର ବିଶ୍ୱସନୀୟତା ଥିବାରୁ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବେ ବୋଲି ଦଳ ଆଶା ରଖିଛି । ବିଜୟଙ୍କ ବ୍ରେନ୍ କଂଗ୍ରେସ ଭୋଟ୍‌କୁ ଏକଜୁଟ୍ କରିବ । ଯାହାକି ବିଜେଡି ଭୋଟ୍‌କୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ଏଭଳି ସ୍ଥଳେ କଂଗ୍ରେସ ପାଇଁ ସଞ୍ଜିବନୀ ପାଲଟିବେ କି ବିଜୟ ? ୯ ରୁ ୯୦ ମିଶନକୁ ସଫଳ କରାଇବ କି ବିଜୟଙ୍କ ବ୍ଲୁ ପ୍ରିଣ୍ଟ ? ଚର୍ଚ୍ଚା ହେଉଛି ବିଜୟଙ୍କ ପରେ ଆହୁରି ଏକାଧିକ ପୂର୍ବତନ ପ୍ରଶାସକ କିଛି ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ।

ବିଜୟ କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ଏବେ କେଉଁ ପଦବୀ ମିଳୁଛି ତାଉପରେ ନଜର । ଏହାସହ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଷେ ସମୟ ଥିବାବେଳେ ଦଳ ତାଙ୍କୁ ସାଂସଦ ନା ବିଧାୟକ ଲାଗି ଟିକେଟ ଦେବ ତାକୁ ନେଇ ବି ଚର୍ଚ୍ଚା ଜୋର ।