/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676303121.jpg)
Odisha Politics
ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦେଇଛି ୩ ଦିନିଆ ଆନ୍ଦୋଳନର ଡାକରା ।
କେନ୍ଦ୍ର ସରକାର ୫ କିଲୋ ମାଗଣା ଚାଉଳ କାଟିବା, ଧାନ କ୍ରୟ କ୍ଷେତ୍ରରେ କେନ୍ଦ୍ର ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା, ୧୮ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଣ ବଦଳରେ ମାତ୍ର ୧୪ ଲକ୍ଷ ମେଟ୍ରିକ୍ ଟନ୍ ଇଠାଇବା, ଧାନ ସଂଗ୍ରହ ବାବଦକୁ ବାକି ଥିବା ୧୪ଶହ କୋଟି ସବସିଡି କେନ୍ଦ୍ର ନଦେବା ଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି ।
ଅଧିକ ପଢ଼ନ୍ତୁ: କେନ୍ଦ୍ରର ୫ କେଜି ଚାଉଳ କାଟ୍ Vs ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା
କାଲି ରାଜବଭନ ଆଗରେ ଧାରଣା, ୧୫ରେ ପଂଚାୟତ ଅଫିସ୍ ଓ ୧୬ରେ ବ୍ଲକ ଏବଂ ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରାଯିବ ନେଇ ସମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରିଛି । ସେପଟେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମଳନୀରେ ଚାଉଳ ବଣ୍ଟନ ନେଇ ବିସ୍ତୃୃତ ତଥ୍ୟ ରଖିବା ସହ କୋଭିଡ ସମୟରେ ରିଲିଫ ବାବଦକୁ ଦିଆଯାଉଥିବା ଚାଉଳକୁ କଟାଯାଇଥିବା କହିଛି । ଏଥିସହ ମାଗଣାରେ ଚାଉଳ ଦିଆଯାଉଥିବାରୁ ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଥିବା ଅଭିଯୋଗ କରିଛି ।
ସେପଟେ ମାଗଣା ଚାଉଳକୁ ନେଇ ବିଜେପି-ବିଜେଡି ଦୋଷ ଲଦାଲଦି ଭିତରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । କୋଭିଡ ସମୟରେ ନିଜ ସ୍କିମରେ ରାଜ୍ୟ ଦେଉଥିବା ୧୦ କିଲୋ ଚାଉଳରୁ ୫ କିଲୋ କାଟି ଏବେ କେବଳ ୫ କିଲୋ ମାଗଣା ବାଣ୍ଟୁଛି । ତେବେ ଗୋଟିଏ ପଟେ କେନ୍ଦ୍ରକୁ ୧୦ କିଲୋ ମାଗଣା ଚାଉଳ ଦେବାକୁ ଦାବି କରୁଥିଲା ବେଳେ ନିଜେ ଦେଉ ନଥିବାରୁ ତାକୁ ନେଇ ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ ଡିଲର୍ ମାନଙ୍କୁ ପ୍ରଥମେ ୮୦, ଦ୍ୱିତୀୟରେ ୧୭, ତୃତୀୟରେ ୨ ଓ ଚତୁର୍ଥ ଥରରେ ୧ ପ୍ରତିଶତ ହିସାବରେ ଚାଉଳ କୋଟା ଦିଆଯାଉଛି । ଯାହାଦ୍ୱାରା ଏକକାଳୀନ ଚାଉଳ ବଣ୍ଟନ ସମ୍ଭବ ହେଉ ନଥିବାରୁ କିଛି ହିତାଧିକାରୀ ମଧ୍ୟ ବିଳମ୍ବରେ ଚାଉଳ ପାଉଛନ୍ତି । ସେହିପରି ସଂପୂର୍ଣ୍ଣ ମାଗଣା ଚାଉଳ ପାଇଁ ଡିଲରମାନେ ମଧ୍ୟ କମିଶନ୍ ପାଉ ନଥିବାରୁ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଡିଲର ସଂଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)