Advertisment

ନବ ଦାସ ହତ୍ୟାକାଣ୍ଡ: ଚୌଦ୍ୱାର ଜେଲ୍‌ ଯିବ ଅଭିଯୁକ୍ତ ଗୋପାଳ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gopal Das To Be Shifted To Choudwar Jail

Naba Das murder case: Accused Gopal Das likely to be shifted to Choudwar jail

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ୍ ବିଭାଗ ଅପିଲ କରିଥିଲା। ତେବେ ଗୋପାଳକୁ କେଉଁ ଜେଲ୍‌ ପଠାଯିବ, ଏନେଇ ଏଡିଜି ସ୍ଥିର କରିବେ। 

Advertisment

ସେପଟେ ଆଜି ଗୋପାଳକୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ଝାରସୁଗୁଡ଼ା JMFC କୋର୍ଟରେ ଗୋପାଳ ହାଜର ହୋଇଥିଲା। ଅଭିଯୁକ୍ତ ଗୋପାଳର ମଧ୍ୟ ୧୬୪ ବୟାନ ରେକର୍ଡ କରାଯାଇଛି। କୋର୍ଟରେ ବୟାନ ରେକର୍ଡ ନେଇ ଗୋପାଳର ଓକିଲ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। ଏନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି। ଗୋପାଳ ସବୁ କହିଥିବା ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

Naba Das Minister Naba Das
Advertisment
Advertisment