• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଡାକ ପଡୁଛି ରାମ୍‌ ରାମ୍‌ ସତ୍ୟହେ...ହରିନାମ୍‌ ସତ୍ୟହେ...କାନ୍ଦିକାନ୍ଦି ରଡି ଛାଡି କିଏ ଭାଇଲୋ ତ ଆଉ କିଏ ଦାଦାଲୋ ଡାକୁଛନ୍ତି। ହେଲେ ସେ ଉଠୁନାହାନ୍ତି। କାରଣ ଶ୍ମଶାନକୁ ବାହାରିଛି ଶବର ଶେଷଯାତ୍ରା। ଗୋବର ପାଣି ପଡୁଛି, ଖଇ ବି ବିଂଚାଯାଉଛି। କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ। ଏମିତି ଦୃଶ୍ୟ ଦେଖିଲେ ବଡ କଷ୍ଟ ଲାଗିବ। କିନ୍ତୁ ମୃତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ବିଶ୍ୱାସ ବି କରିବାକୁ ପଡ଼ିବ।

ମାଆ କାନ୍ଦୁଛି, ଭଉଣୀ କାନ୍ଦୁଛି, ସ୍ତ୍ରୀ ମୁଣ୍ଡ ବାଡେଇ ଦେଉଛି। ଭେଣ୍ଡିଆ ପୁଅକୁ ହରାଇ ଛାତି ବାଡେଇ ବାଡେଇ କାନ୍ଦୁଛି ମାଆ। ପରିବାର ଆଉ ଆତ୍ମୀୟ ସୋଜନ ଯେତେ ଟାଣିଲେ ବି ସେ ଯାଉନି। ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା ଆଜି ସେଇ ପୁଅ ଯେତେବେଳେ ତା’ ଆଖି ସାମ୍ନାରେ ଏ ଦୁନିଆକୁ ଛାଡି ସବୁଦିନ ପାଇଁ ପଳାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ? ଭୂଇଁରେ ଲୋଟି ପଡୁଛି, ତ ପୁଣି କେତେବେଳେ ଘୁଷୁରୀ ଯାଉଛି। ଦର୍ଶକ ବନ୍ଧୁ ଏମିତି ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ।

ଅଧିକ ପଢ଼ନ୍ତୁ: ଏଇ ବାଟେ ଗଲେ ଭିଡ଼ି ନିଅନ୍ତି ଯମ, ପ୍ରତିଦିନ ରାଜରାସ୍ତାରେ ଗଡ଼ୁଛି ମୁଣ୍ଡ...

ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁର କୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ଯେବେ ଘରେ ଶବ ପହଞ୍ଚିଲା ତାହାର ଦୃଶ୍ୟ ବଡ କଷ୍ଟଦାୟକ ଥିଲା।

ଖଗେଶ୍ୱର ଯେତିକି ରୋଜଗାର କରନ୍ତି ସେତିକିରେ ବୁଢା ମାଆ-ବାପଙ୍କ ମୁହଁରେ ଆହର ଦେବା ସହିତ ସ୍ତ୍ରୀ, ଦେଢ ବର୍ଷର ଝିଅ ଓ ଭାଇକୁ ବି ପୋଷନ୍ତି। ଏବେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ଏବେ ପୂରା ଅଂଚଳରେ ଖେଳିଯାଇଛି ଶୋକର ଛାୟା ଓ ଶୂନ୍ୟ ନିରବତା...

(କୋଇଡାରୁ ସୁନୀଲ ପଣ୍ଡାଙ୍କ ରିପୋର୍ଟ)