Advertisment

ସବୁ ଆଡ଼େ ମନା...ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?

ସୋମବାର ଦିନ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ ବିନା ସୁସ୍ଥ ଗଣତନ୍ତ୍ର ଚାଲିବା ଅସମ୍ଭବ।

author-image
Sarbeswar
ଅଦ୍ୟତନ ହୋଇଛି
Congress and BJP Targets BJD Government For Not Allowing Journalists To Assembly

Journalist

ସରକାରଙ୍କୁ ଘାରିଛି କି ସାମ୍ବାଦିକ ଡର? ଗୁମର ଫିଟିଯିବା ଭୟରେ ଗଣମାଧ୍ୟମ ପ୍ରତିନିଧିଙ୍କଠୁ ଦୂରେଇ ରହୁଛି କି ପ୍ରଶାସନ? କୋଭିଡ୍ କଟକଣା ଲାଗିବା ଦିନଠାରୁ ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ ଥିବା ବେଳେ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ବି ସାମ୍ବାଦିକଙ୍କୁ ବାରଣ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା। ଗଣମାଧ୍ୟମକୁ ବିଭିନ୍ନ କର୍ଯ୍ୟକ୍ରମରୁ ଦୂରେଇ ରଖିବା ପଛରେ କଣ ରହିଛି ସରକାରଙ୍କ ଉଦ୍ଦେଶ୍ୟ ତାକୁ ନେଇ ଉଠିଛି ପ୍ରଶ୍ନ।...

Advertisment

ଅଧିକ ପଢ଼ନ୍ତୁ: କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ ? ସମାଜରେ କ’ଣ ରହିଛି ଭୂମିକା, ଜାଣନ୍ତୁ...

ସୋମବାର ଦିନ ରାଜଧାନୀ ରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆ ରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ ବିନା ସୁସ୍ଥ ଗଣତନ୍ତ୍ର ଚାଲିବା ଅସମ୍ଭବ।

Advertisment

ତେବେ ସରକାର ଯେଭଳି ସାମ୍ବାଦିକଙ୍କଠୁ ଦୂରେଇ ରହୁଛନ୍ତି ତାହା ଶୁଭ ସଂକେତ ନୁହେଁ। ଅନ୍ୟପକ୍ଷରେ ଅନେକ ସାମ୍ବାଦିକ ଏବେ ନେତା ସାଜିବା ସହ ବିଧାୟକ ଓ ମନ୍ତ୍ରିପଦରେ ବସିଛନ୍ତି। ତେବେ ଯେଉଁ ଦଳରେ ସାମ୍ବାଦିକ ନେତାଙ୍କ ସଂଖ୍ୟା ଯେତେ ଅଧିକ ସେ ଦଳର ଗଣମାଧ୍ୟମ ପ୍ରତି ସେତେ ଅଧିକ ଆକ୍ରୋଶ ବୋଲି ଚର୍ଚ୍ଚା ହେଉଛି।

ଏହି ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କଟାକ୍ଷ କରି କହିଛନ୍ତି, ସାମ୍ବାଦିକଙ୍କୁ ଯଦି ସବୁଠିକି ବାରଣ କରାଯିବ, ସେମାନେ କ’ଣ ଗଛ ମୂଳରେ ବୁଲିବେ। ଏହା ଆଦୌ ଶୁଭ ସଂକେତ ନୁହେଁ।

CM Naveen Patnaik Odisha Assembly Journalists
Advertisment
Advertisment