Advertisment

‘ଝାରସୁଗୁଡାରେ ନବଙ୍କ ଜୀବନ ଯାଇଥିଲା, ଭୁବନେଶ୍ୱରକୁ କାହିଁକି ଅଣାଗଲା ?’

ନବ ଦାସଙ୍କୁ ହତ୍ୟାର ୨୫ ଦିନ ବିତିଲାଣି କିନ୍ତୁ ଏଯାଏଁ ତଦନ୍ତ ଠିକ୍‌ରେ ହେଲାନି। ରାଜ୍ୟ ସରକାର କ୍ରାଇମବ୍ରାଂଚ୍‌ ତଦନ୍ତ ନିର୍ଦ୍ଦେଶ ଦେଲେ କିନ୍ତୁ ତଦନ୍ତ କେମିତି ହେଉଛି? ଏଯାଏଁ କାହିଁକି ସତ ସାମ୍ନାକୁ ଆସିଲା ନାହିଁ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଖାଲି ଏତିକି ନୁହେଁ ବରଂ ନିଜର ଅଭିଜ୍ଞତାକୁ ନଜରରେ ରଖି ନରସିଂହ କହିଛନ୍ତି, ତଦନ୍ତ ଯେମିତି ହେବା କଥା ସେମିତି ହେଉନାହିଁ। ତଦନ୍ତ ପୂରା ଗୋଳମାଳିଆ ହେଉଛି ବୋଲି କହିଛନ୍ତି ନରସିଂହ।

author-image
Sarbeswar
ଅଦ୍ୟତନ ହୋଇଛି
Narasingha Mishra

Narasingha Mishra

ମନ୍ତ୍ରୀ ନବଦାସଙ୍କୁ ଗୁଳି ମାଡ ହେବା ପରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଅଛି କି ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ଯଦି ସେଠାରେ ମୃତ୍ୟୁ ହୋଇଥିଲା ତାଙ୍କୁ ଭୁବନେଶ୍ୱର ଆଣି ଘରୋଇ ମେଡିକାଲରେ ଭର୍ତ୍ତି କରିବାର ଉଦ୍ଦେଶ୍ୟ କଣ ଥିଲା? କାହିଁକି ମୁଖ୍ୟମନ୍ତ୍ରୀ ତାଙ୍କୁ ହାତ ଯୋଡି ନମସ୍କାର କରିଥିଲେ? କିଛି ଏମିତି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘାଇଲା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

Advertisment

ନବ ଦାସ ଙ୍କୁ ହତ୍ୟାର ୨୫ ଦିନ ବିତିଲାଣି କିନ୍ତୁ ଏଯାଏଁ ତଦନ୍ତ ଠିକ୍‌ରେ ହେଲାନି। ରାଜ୍ୟ ସରକାର କ୍ରାଇମବ୍ରାଂଚ୍‌ ତଦନ୍ତ ନିର୍ଦ୍ଦେଶ ଦେଲେ କିନ୍ତୁ ତଦନ୍ତ କେମିତି ହେଉଛି? ଏଯାଏଁ କାହିଁକି ସତ ସାମ୍ନାକୁ ଆସିଲା ନାହିଁ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଖାଲି ଏତିକି ନୁହେଁ ବରଂ ନିଜର ଅଭିଜ୍ଞତାକୁ ନଜରରେ ରଖି ନରସିଂହ କହିଛନ୍ତି, ତଦନ୍ତ ଯେମିତି ହେବାର କଥା ସେମିତି ହେଉନାହିଁ। ତଦନ୍ତ ପୁରା ଗୋଳମାଳିଆ ହେଉଛି ବୋଲି କହିଛନ୍ତି ନରସିଂହ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ହତ୍ୟା ମାମଲା: FBI ସହାୟତା ଲୋଡ଼ିଲେ ଓଡ଼ିଶା ସରକାର

ପୋଲିସ କହୁଛି, ଗୋପାଳ ନିଜ ଦୋଷ ସ୍ୱୀକାର କରିଛି। ଯଦି ସେ ଦୋଷ ସ୍ୱୀକାର କରିଛି ତେବେ ସାଙ୍ଗେ ସାଙ୍ଗେ ମାଜିଷ୍ଟ୍ରେଟଙ୍କ ପାଖକୁ କାହିଁକି ନିଆଗଲାନି ବୟାନ ରେକର୍ଡ ପାଇଁ। ଇଏ ଯେଉଁ ଡଙ୍ଗରେ ରେକର୍ଡ ହୋଇଥିବା କୁହାଯାଉଛି ତାହା ସଂପୂର୍ଣ୍ଣ ଭୁଲ୍ ବୋଲି ନରସିଂହ କହିବା ସହିତ ଗୋପାଳ ମାରିବା ବେଳେ କିଏ କିଏ ଦେଖିଛନ୍ତି? ସାକ୍ଷୀ ଅଛି ତ? ଏନେଇ ବି ପ୍ରଶ୍ନ କରିଛନ୍ତି ନରସିଂହ।

Advertisment

ତେବେ ନବଦାସ ହତ୍ୟା ମାମଲାରେ ରାଜ୍ୟଠୁ ଆରମ୍ଭ କରି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ଶାସକ ଦଳ ବିରୋଧୀଙ୍କୁ ନିଶାନା କରୁଥିବା ବେଳେ ବିରୋଧୀ ଶାସକ ଦଳକୁ ଟାର୍ଗେଟ୍‌ କରୁଛି। ଏହାରି ଭିତରେ ନରସିଂହ ଯେଉଁ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ତାହା ମନ୍ତ୍ରୀଙ୍କ ହତ୍ୟା ଆଉ ତଦନ୍ତକୁ ନେଇ ସନ୍ଦେହ ବଢାଇଛି।

CM Naveen Patnaik Naba Das Narasingha Mishra
Advertisment
Advertisment